ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଅଷ୍ଟ ଦିବସୀୟ + ୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଏପ୍ରିଲ ୧୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ତାଲିମ କାର୍ଯ୍ୟକ୍ରମର ଇଂ ଲକ୍ଷ୍ମୀ ପ୍ରସାଦ ନାୟକ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ସମାଜସେବୀ ଖଲି ପରିଡା, କୈଳାଶ ଚନ୍ଦ୍ର ପ୍ରଧାନ, ହରିହର ବିଷୋୟୀ, ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ପଣ୍ଡା, ସରୋଜ କାନ୍ତ ଦାସ ସ୍ମିତାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଠ ଦିନ ନିୟମିତ ଶାନ୍ତି ଶୃଙ୍ଖଳା ସହ ତାଲିମ ସମାପ୍ତ ହୋଇଥିଲା । ମାଷ୍ଟର ଟ୍ରେନର ସନ୍ଧ୍ୟାରାଣୀ ସାହୁ ଓ ସଙ୍ଗୀତା ସ୍ବାଇଁ ତାଲିମ ପ୍ରଦାନ କରିଥିବା ବେଳେ ତାଲିମରୁ ଶିକ୍ଷାଲାଭ କରିଥିବା ଆତ୍ମ ସୁରକ୍ଷା କୌଶଳ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଆତ୍ମ ସୁରକ୍ଷା କୌଶଳ କୁ ପ୍ରଶଂସା କରିଥିଲେ। ଏହି ତାଲିମ ଶିବିରରେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ବିଭାଗର ୧୯୦ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିଲେ। କ୍ରୀଡା ଅଧ୍ୟାପକ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ