ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୧୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କଲେଜ ଗଭର୍ନିଂ ବଡି ପ୍ରେସିଡେଣ୍ଟ ଦୁର୍ଗା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳିତ ଭାବେ ତାଲିମ ପରିଚାଳିତ ହୋଇଥିଲା। ମାଷ୍ଟର ଟ୍ରେନର ସୁଚିତ୍ରା ବେହେରା ଓ ସୁଜ୍ଞାନୀ ପ୍ରଧାନ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ ତାଲିମ ପ୍ରଦାନ କରିଥିଲେ। ଶେଷ ଦିନରେ ଛାତ୍ରୀମାନେ ସେମାନେ ଶିକ୍ଷା ଗ୍ରହଣ କରିଥିବା ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଶେଷରେ ସଂଯୋଜିକା ତଥା ଅଧ୍ୟାପିକା ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ