ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ୮ ଦିନ ବ୍ୟାପି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଜାନୁଆରୀ ୨୦ ତାରିଖ ଦିନ ସମାପ୍ତ ହୋଇଯାଇଛି। ଦୈନଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ସାହସର ସହ ପ୍ରତିହତ କରିବା ଓ ଯେକୌଣସି ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ କବଳରୁ କିପରି ନିଜ ନିଜକୁ ରକ୍ଷା କରିପାରିବେ ସେନେଇ ତାଲିମ ପ୍ରଦାନ କରାଯାଇଥିଲା। ନିଜେ ଶିଖିବା ସହ ଅନ୍ୟଙ୍କୁ ମଧ୍ୟ ଶିଖାଇବାର ଜ୍ଞାନ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନେ ତାଲିମରୁ ଶିକ୍ଷା ଲାଭ କରିଥିଲେ। ମାଷ୍ଟର ଟ୍ରେନର ଭାବେ ପ୍ରିୟଙ୍କା ସ୍ୱାଇଁ ଓ ସଙ୍ଗିତା ସ୍ୱାଇଁ ଏହି ତାଲିମ୍ ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଫାଣ୍ତି ଓଆଇସି ସମିର କୁମାର ବେହେରା, ପୂର୍ବତ୍ତନ ସରପଞ୍ଚ ବି.ସୁଜ୍ଞାନୀ କୁମାରୀ ପାତ୍ର, ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ପଣ୍ଡା, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ଯୋଗଦେଇଥିଲେ। ଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମର ଶିକ୍ଷାଲାଭ କରିଥିବା ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସମସ୍ତ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଅଧ୍ୟାପିକା ସ୍ମିତା ରାଣୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ