ଛାତ୍ରୀ ଅପହରଣକୁ ନେଇ ତାତିଲେ ଜନତା

ନୟାଗଡ , (ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲା ଫତେଗଡ ଥାନା ଅଂଚଳର ଜଣେ କଲେଜ ଛାତ୍ରୀ ଅପହରଣ ଘଟଣାରେ ପୋଲିସ ଭାପୁରର ସୁସାନ୍ତ ନାୟକ ନାମକ ଜଣେ ଅଭିଯୁକ୍ତକୁ ଗିରଫ ପରି ଭାପୁର ଗୋଷ୍ଠି ସ୍ବସ୍ଥ୍ୟ କେନ୍ଦ୍ରରେ ଡାକ୍ତରି ମାଇନା ପାଇ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଜଣଙ୍କ ଲୋକଙ୍କୁ ଆକ୍ଷେପ କରିବାରୁ ସ୍ତାନୀୟ ଲୋକେ ପୋଲିସ ପାଖରୁ ଅଭିଯୁକ୍ତକୁ ଛଡାଇ ଆଣି ନିସ୍ତୁକ ପିଟିଥିଲେ । ପାଖରେ ଥିବା ପୋଲିସ ଅଭିଯୁକ୍ତକୁ ଉଧାର କରିବାକୁ ଚେଷ୍ଟା କରିବାରୁ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଅଭିଯୁକ୍ତ ଜଣଙ୍କ ଗୁରୁତର ହୋଇଥିବା ବେଳେ ଜଣେ ଏଏସଆଇଙ୍କ ସମେତ ମୋଟ ୨ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତକୁ ନୟାଗଡ ମୁଖ୍ୟ ଚିକିସାଳୟରେ ଭର୍ତି କରାଜାଇଛି। ତେବେ ଅପହରଣରେ ଅନ୍ୟକିଛି ଯୁବକ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବୀରେ ସ୍ତାନୀୟ ଅଂଚଳରେ ଉତେଜନା ଦେଖାଦେବା ସହ ଲୋକମାନେ କିଛି ସମୟ ପାଇଁ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ