ଛାତ୍ରୀ ଅପହୃତ :ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଧିନ ଏକ ଡିଗ୍ରୀ କଲେଜ ରେ ଯୁକ୍ତ ୩ କଳା ଦ୍ବିତୀୟ ବର୍ଷ ରେ ପଢୁଥିବା ଜଣେ ଛାତ୍ରୀ ୫ ଦିନ ହେଲା ନିଖୋଜ ଥିବା ଜଣାପଡିଛି।ଛାତ୍ରୀ ଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୮୫/୨୫ ବିଏନଏସ ର ଦଫା -୧୩୭(୨)(ଅପହରଣ)  ମକଦ୍ଦମା ରୁଜୁ କରି ଏଏସଆଇ ମନୋଜ ସିଂ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଗତ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଛାତ୍ରୀ ଜଣକ ଘରୁ ସାଇକେଲ ନେଇ କଲେଜ କୁ ପରୀକ୍ଷା ଦେବା ପାଇଁ ଯାଇଥିଲେ।ସନ୍ଧ୍ୟା ସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ।ଗାଁ ନିକଟ ଅନ୍ୟ ଏକ ଗାଁ ଛକରୁ ତାଙ୍କ ସାଇକେଲ ମିଳିଥିଲା।ଘଟଣାର ପରଦିନ ଛାତ୍ରୀ ଙ୍କ ବାପା ଏନେଇ ଥାନାରେ ଏତଲା ଦେଇଥିଲେ।ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ ଙ୍କ ପତ୍ତା ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ