ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି |ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ କ୍ଷତ୍ରିୟବରପୁର ସରପଞ୍ଚ କମଳିନୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ଗୁରୁତ୍ୱ ଉପଲବ୍ଧି କରାଇଥିଲେ |ସମ୍ମାନିତ ଅତିଥିରୂପେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଏହାର ସଦ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକା ରୁନିବାଳା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ସାଧନ କର୍ମି ଅର୍ଚନା ବିଶ୍ୱାଳ ଏବଂ ସୁନିତା ସେଠୀ ବକ୍ତବ୍ୟ ଦେଇଥିଲେ |ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଦେଵେଶ ଚନ୍ଦ୍ର ମହାପାତ୍ର, ପିଙ୍କି ପଲାଇ, ଦିପୁ ଭୂୟାଁ, ମହେଶ୍ୱର ରାଉତ, ପି ଦୀପକ ରାଓ, ଗଙ୍ଗାଧର ରଣା, ସନ୍ତୋଷୀ ପରିଡା, ସ୍ନିଗ୍ଧା ରାଣୀ ଗୌଡ଼, ରୁପାଲି ବିଷୋୟୀ, ସ୍ୱରୂପା ରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ |ଏହା ଆଠଦିନ ଧରି ଚାଲିବ |


