ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ : ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଛାତ୍ରୀମାନଙ୍କର ରକ୍ଷାକବଚ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଛାତ୍ରୀ ଆତ୍ମରକ୍ଷା କୌଶଳହିଁ ବାସ୍ତବରେ ଭବିଷ୍ୟତ ଜୀବନ ପାଇଁ ସେମାନଙ୍କର ରକ୍ଷାକବଚ। ନାରୀ ନିଜକୁ ସୁରକ୍ଷିତ ରଖିଲେ ସମାଜ ସୃଖଳିତ ରହିବ ବୋଲି ଧାମନଗର ମହାବିଦ୍ୟାଳୟରେ ଅଷ୍ଟଦିବସବ୍ୟାପି ଅନୁଷ୍ଠିତ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନୀ ସମାରୋହରେ ମତ ପ୍ରକାଶ ପାଇଛି। ଅଧକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧାମନଗର ଥାନାର ମୋନାଲିଶା ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସ୍ମରଣୀକା ପ୍ରଧାନ, ବାସ୍ତବିକା ଦାସ, ଆଦ୍ୟାରଶ୍ମି ମିଶ୍ର ସମ୍ନାନିତ ଅତିଥି ରୁପେ ଯୋଗ ଦେଇଥିଲେ। ସିବିରାର୍ଥୀ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କଲାପରେ ଅଂଶଗ୍ରହଣଙ୍କାରୀ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଡ଼ ମନୋଜ କର, ଅଧ୍ୟାପକ ସଞ୍ଜୟ ପଣ୍ଡା, ଆଶ୍ରିବାଦ ମହାନ୍ତି , କଲ୍ୟାଣି ଦାସ, ଡ଼ ପ୍ରଶାନ୍ତ ପରିଡା, ସାଜିଆ ତମକିନ, ହରପ୍ରିୟା ସେଠୀ, ଧରିତ୍ରୀ ସମାନ୍ତରା, ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚଳନା କରିଥିଲେ।


