ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଘାଟିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି |ଏଥିରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସାମ୍ପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ଅଧ୍ୟକ୍ଷା ମାମା ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଇତିହାସ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ବିଶ୍ୱାଳ, ଅଧ୍ୟାପିକା ଯମୁନା ଖୁଣ୍ଟିଆ, ଶିକ୍ଷା ପ୍ରତିବାଦକ ସୁଧୀରା କୁମାରୀ ମହାପାତ୍ର ଏବଂ ଅନୁଷ୍ଠାନର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ Iସାଧନ କର୍ମୀ ଅର୍ଚନା ବିଶ୍ୱାଳ, ସୁନିତା ସେଠି ଏବଂ ପ୍ରଭାତୀ ବେହେରା ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ | ଅଧ୍ୟାପକ କୈଳାସ ଚନ୍ଦ୍ର ପାଢୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |