ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଗଞ୍ଜାମ,(ଦୁର୍ଗାା ମାଧବ ପାଣିଗ୍ରାହି ) : ଗଂଜାମ ମହାବିଦ୍ୟାଳୟରେ ଦୀର୍ଘ ୧୦ ଦିନ ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଯୋଗ ଦେଇ ତାଙ୍କ ତେଜସ୍ୱନି ଭାଷଣ ରେ ସମସ୍ତଙ୍କୁ ଉଦବୋଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋ , ଇଂରାଜୀ ଅଧ୍ୟାପିକା ତଥା ଆତ୍ମସୁରକ୍ଷା ତାଲିମ ସଂଯୋଜିକା ଶ୍ରୀମତୀ ମମତା ପାଢ଼ୀ ,IQAC ସଂଯୋଜକ ଡ଼. ନୃସିଂହ ପ୍ରସାଦ ମିଶ୍ର,ଆତ୍ମସୁରକ୍ଷା ତାଲିମର ଅନ୍ୟତମ ସଂଯୋଜିକା ଡ଼.ଦେବଦର୍ଶନୀ ସାହୁ ପ୍ରମୂଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଧୌର୍ଯ୍ୟ ଏବଂ ସାହସର ସହ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ୧୦ଦିନ ଧରି ମାଷ୍ଟର ଟ୍ରେନର ରିତା ସାହୁ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଟ୍ରେନିଂ ଦେଉଥିଲେ । ଦୀର୍ଘ ୬ବର୍ଷ ହେଲା ସେ ଗଂଜାମ ମହାବିଦ୍ୟାଳୟରେ ଏହି ଭଳି ଆତ୍ମସୁରକ୍ଷା ତାଲିମ ଦେଇଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ