ଛାତ୍ରୀ ଙ୍କୁ ଦୁଷ୍କର୍ମ ର ୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଅଧିନ ଏକ ଗାଁ ର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଙ୍କୁ ୭ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିବା ଘଟଣାରେ ସୋମବାର ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି। ଘଟଣା ସମୟରେ  ପୀଡ଼ିତା ନାବାଳିକା ଏବଂ ଅଭିଯୁକ୍ତ ନାବାଳକ ଥିଲେ। ଏବେ ଉଭୟ ସବାଳିକା ଓ ସାବାଳକ ଅଟନ୍ତି। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର  ଅଭିଯୁକ୍ତ ଏବଂ ପୀଡ଼ିତା ଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଇବା ପରେ ଅଭିଯୁକ୍ତ ଙ୍କୁ ସୋମବାର ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରିଛନ୍ତି। ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ଡାକ୍ତରୀ ମାଇନା କରାଯାଇଛି। ଥାନା ମାମଲା ନଂ.୪୬୫/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହ କୁ ପଠାଇ ଦିଆଯାଇଛି। ଗତ ପ୍ରାୟ ୭ ବର୍ଷ ପୂର୍ବେ ଛାତ୍ରୀ ଙ୍କୁ ଭଲପାଇ ଅଭିଯୁକ୍ତ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲେ।ପରେ ତାଙ୍କୁ ଚେନ୍ନାଇ ନେଇଯାଇଥିଲେ।ଗତ ୨୦୨୨ ରେ ଉଭୟଙ୍କ ଔରସ  ରୁ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା।ପରେ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ।ଗତ ପ୍ରାୟ ଦେଢ଼ମାସ ପୂର୍ବେ ପୀଡ଼ିତା ଏବଂ ତାଙ୍କ ପୁଅ କୁ ଚେନ୍ନାଇ ରେ ଛାଡି ଅଭିଯୁକ୍ତ ତାଙ୍କ ପୈତୃକ ଗ୍ରାମକୁ ଚାଲିଆସିଥିଲେ।ପରେ ସେ ଦ୍ଵିତୀୟ ବିବାହ କରିବାକୁ ଉଦ୍ୟମ ଚଳାଇଥିଲେ।ଖବର ପାଇ ପୀଡ଼ିତା ଅଭିଯୁକ୍ତ ଙ୍କ ଗାଁ କୁ ଆସି ତାଙ୍କ ଘରକୁ ଯିବାକୁ ଉଦ୍ୟମ କରିଥିଲେ।ପରିବାର ଲୋକେ ବିରୋଧ କରିବାରୁ ସେ ଦିଗପହଣ୍ଡି ଥାନାରେ ଗତ ନଭେମ୍ବର ୨୪ ତାରିଖରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଗିରଫ ଭୟରେ ଅଭିଯୁକ୍ତ ଗାଁରୁ ଫେରାର ହୋଇଯିବା ପରେ ପୀଡ଼ିତା ଗତ ଡିସେମ୍ବର ୨୫ ତାରିଖରେ ପୁଅଙ୍କୁ ସାଙ୍ଗରେ ଧରି ପିତୃତ୍ଵର ପରିଚୟ ପାଇଁ ଅଭିଯୁକ୍ତଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ। ପୋଲିସ ଟିମ୍ ଗାଁରେ ପହଞ୍ଚି ଭଦ୍ର ଲୋକଙ୍କ ଉପସ୍ଥିତିରେ ବୁଝା ସୁଝାକରିବାପରେ ପୀଡ଼ିତା ଧାରଣାରୁ ଉଠିଥିଲେ। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ