ଛାତ୍ରୀ ନିବାସରେ ଖାଦ୍ୟ ନଷ୍ଟ ଅଭିଯୋଗ

ମୋହନା ,(ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ତଥା କେନ୍ଦ୍ର ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିଲେ ମଧ୍ୟ ସେଗୁଡିକ ସଠିକ କାର୍ଯ୍ୟକାରୀ ହେଉନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରେ । ସୁଚନାପ୍ରକାରେ , ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ ହଷ୍ଟେଲ ପାଚେରୀ ପଛପଟେ ଥିବା ଜଙ୍ଗଲକୁ ଫିଙ୍ଗୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ହଷ୍ଟେଲରେ ସପ୍ତମ ଠାରୁ ଦଶମ ପର୍ଯ୍ୟନ୍ତ ୮୯ଜଣ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ପାଇଁ ରୋଷେଇ ହେଉଥିବା ଖାଦ୍ୟ ମଧ୍ୟ ବାହାରେ ଫିଙ୍ଗାଯାଇ ନଷ୍ଟ କରାଯାଉଛି । ତେବେ ଏ ଏମ୍ପର୍କରେ ପ୍ରଧାନଶିକ୍ଷକ କେ. ଯୁଗଳ କିଶୋର ପିଲାମାନଙ୍କୁ ଭାତ ଭଲ ଲାଗୁନଥିବାରୁ ବେଳେବେଳେ ଏହାକୁ ଫୋପାଡୁଥିବା କହିଛନ୍ତି । ଗୋଟିଏପଟେ ଗରିବ ଲୋକମାନଙ୍କୁ ଖାଇବା ପାଇଁ ମୁଠାଏ ଭାତ ମଳୁନଥିବା ବେଳେ ଅନ୍ୟପଟେ ଉକ୍ତ ହଷ୍ଟେଲରେ ଖାଦ୍ୟକୁ ନଷ୍ଟ କରାଯିବା କେତେ ଦୁର ଠିକ ତାହାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ