ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସୋରଡ ବ୍ଳକ୍ ଡି.କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ଉଦଯାପନୀ ଉତ୍ସବକୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଉଦ୍ଘାଟନ କରିବା ସହ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I ଶିକ୍ଷୟିତ୍ରୀ ରୀତା ପଣ୍ଡା ଏବଂ ସନ୍ତୋଷୀ ଲତା ଗୌଡ଼ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ I ଶିକ୍ଷୟିତ୍ରୀ ସନ୍ତୋଷୀ ଲତା ଗୌଡ଼ ଶିକ୍ଷାର୍ଥୀ ମାନଙ୍କୁ ଉକ୍ତ ଶିକ୍ଷାକୁ ଆବଶ୍ଯକ ସ୍ଥଳେ ଦୃଢତାର ସହ ଉପଯୋଗ କରି ନିଜକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ I ଏହି ଉଦଯାପନୀ ଉତ୍ସବରେ ଶିକ୍ଷକ ଶ୍ୟାମଘନ ଗୌଡ଼,ନୀଳାମ୍ବର ଖୁରା,ଗୋଲକ ବିହାରୀ ପ୍ରଧାନ, ମାମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ