ଛାତ୍ର କପିଲ୍ ଙ୍କ ପ୍ରକଳ୍ପ ଜାତୀୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପଞ୍ଜାବ ପ୍ରଦେଶର ଅମୃତସର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀ ଛାତ୍ର ଏଲ୍ . କପିଲ । ଦିଗପହଣ୍ଡି ସହରର ଜଣାଶୁଣା ବ୍ୟବସାୟୀ ଏଲ୍ . ଭେଙ୍କଟ ଓ ଏଲ୍ . ମିଲିଙ୍କ ଏକମାତ୍ର ପୁତ୍ର କପିଲ୍ ଜଣେ ମେଧାବୀ ଛାତ୍ର ଭାବେ ପରିଗଣିତ । ବାଲେଶ୍ଵର ଜିଲା ସୋର ରେ ଗତ ଦୁଇଦିନ ଧରି ଆୟୋଜିତ ହୋଇଥିବା କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର କପିଲ୍ ଅଂଶ ଗ୍ରହଣ କରିଥିଲେ । ଏପରିକି ସେ ବିଜ୍ଞାନ ସମ୍ବନ୍ଧୀୟ ‘ ଖାଦ୍ୟ ସଂରକ୍ଷଣ ‘ ଶୀର୍ଷକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ପ୍ରକଳ୍ପ ବିଚାରକ ମଣ୍ଡଳୀଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା । ଯାହାଫଳରେ ଏହି ପ୍ରକଳ୍ପକୁ ଶ୍ରେଷ୍ଠ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଜାତୀୟ ସ୍ତର ରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ଏହି ପ୍ରକଳ୍ପ କୁ ପ୍ରଦର୍ଶନ ନିମନ୍ତେ ଚୟନ କରାଯାଇଥିଲା । ପରିଶେଷରେ ଅତିଥି ମାନେ ତାଙ୍କୁ ପୁରସ୍କାର ପ୍ରଦାନ କରିବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ କାମନା କରିଥିଲେ । ଶନିବାର ସ୍ଥାନୀୟ ବିଦ୍ୟାମନ୍ଦିର ପକ୍ଷରୁ କପିଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ର , ବିଦ୍ଯାଳୟ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁ , ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ଆଚାର୍ଯ୍ୟା , ଆଚାର୍ଯ୍ୟ, କାର୍ଯ୍ୟକର୍ତ୍ତା , ବିଭାଗ ଓ ସଂଭାଗର ପଦାଧିକାରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରିଶେଷରେ ଛାତ୍ର ଜଣକ ଏହି ସଫଳତାର ଶ୍ରେୟ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ , ବିଜ୍ଞାନ ବିଭାଗ ଆଚାର୍ଯ୍ୟ ଏବଂ ନିଜ ପରିବାର ସଦସ୍ୟଙ୍କୁ ଦେଇଥିଲେ ।