ଛାତ୍ର ଛାତ୍ରୀଙ୍କୁ ଭୋଟ ସଚେତନତା କରାଇଲେ ଉପଜିଲ୍ଲାପାଳ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାରେ ବର୍ତ୍ତମାନ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ନେଇ ଭୋଟ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏ ନେଇ ଦିନିକିଆ ଗସ୍ତରେ ଆସି ଉପଜିଲ୍ଲାପାଳ ଦିଲ୍ଲିପ ମହାରଣା ଚାନ୍ଦିପୁଟ ଇନ୍ଦିରା ସ୍କୁତି ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଭୋଟ କାର୍ଡ ବିଷୟରେ ବୁଝାଇଥିଲେ। ୧୮ବର୍ଷ ହେବା ମାତ୍ରେ ନିଜର ଭୋଟ ତାଲିକାରେ ନାମ ପଞ୍ଜୀକୃତ କରିବା ଏବଂ ଯେଉଁ ମାନଙ୍କ ନାମ କି ଅନ୍ୟ କୌଣସି ପ୍ରକାର ଭୁଲ ଯଦି ଭୋଟ କାର୍ତ ରେ ରହିଯାଇଛି ତେବେ ସଂଶୋଧନ ପାଇଁ ନିକଟସ୍ଥ ପଞ୍ଚାୟତ ଅଧିକାରୀ ନଚେତ ଅନଲାଇନ ମାଧ୍ୟମରେ ଠିକ କରିପାରିବେ । ନିଜର ମୂଲ୍ୟବାନ ଭୋଟକୁ ନଷ୍ଟ ନ କରି ତୁରନ୍ତ ଭୋଟ କାର୍ଡ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଡ଼.,ସନ୍ୟାସୀ ବେହେରା, ଡ଼., କୁନି କୁମାରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ