ଛାତ୍ର ଛାତ୍ରୀଙ୍କ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା, ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କରିବାକୁ ପ୍ରୟାସ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଜାନୁଆରୀ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ କରଞ୍ଜିଆ ରେ ଛାତ୍ର ଛାତ୍ରୀ ବାଣ୍ଟିଛନ୍ତି ସଡ଼କ ସୁରକ୍ଷା ବାର୍ତ୍ତା । ଏହି ଅବସରରେ ମୟୁରଭଞ୍ଜଜିଲ୍ଲା କରଞ୍ଜିଆ ରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ସମସ୍ତ ଶିଶୁ ସୈନିକ ଏକ ସଚେତନତା ଶୋଭାଯାତ୍ରା କରିଥିଲେ । ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ିଚାଳକଙ୍କୁ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିଥିଲେ ଛାତ୍ର ଛାତ୍ରୀ ମାନେ । ମଦ୍ୟ ପାନକରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ନହେବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ନ କରିବା ସହ ହେଲମେଟ ପିନ୍ଧିବାକୁ ଅନୁରୋଧ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଭଗନେଇଥିବା ଛାତ୍ର ଛାତ୍ରୀ
ଏହି ସଚେତନତା କାର୍ଯ୍ୟକ୍ରମ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ପ୍ରତିଷ୍ଠାତା ବିଷ୍ଣୁକୁମାର ଅଗ୍ରୱାଲ ଓ ଅଧ୍ୟକ୍ଷ ହିମାଂଶୁ ଶେଖର ଘଡେଇ ଙ୍କ ନେତୃତରେ ସ୍କୁଲ ର ଛାତ୍ର ଛାତ୍ରୀ ସ୍କୁଲ ପରିସରରୁ ଏକ ସଭାଯାତ୍ରା ରେ ବାହାରି ସହରର ବିଭିନ୍ନ ଛକ ମାନଙ୍କ ରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ ଏହି ସଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଙ୍କ ଉପସ୍ଥିତି ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲା ଏହି ଅବସରରେ ଉପଜିଲ୍ଲାପାଳ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବ୍ୟାଣ୍ଡ ଦଳ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟାଣ୍ଡ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଛୋଟରାୟ ହେମ୍ବ୍ରମ, ଉପାଧ୍ୟକ୍ଷା ଇଲା ସାହୁ, ରୂପଶିବ କାନ୍ହୁ ଦାସ ଓ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ