ଛାତ୍ର ଛାତ୍ରୀ ମାନେ କଲେ ସରସ୍ଵତୀ ପୂଜା

ନିମାପଡ଼ା,(ସନ୍ତୋଷ ଦାଶ): ମାଘ ମାସ ର ଶୁକ୍ଲ ପଞ୍ଚମୀ ବା ବସନ୍ତ ପଞ୍ଚମୀ ତିଥି । ପାରମ୍ପରିକ ପ୍ରଥାନୁସାରେ ନିମାପଡା, ଗୋପ, କୋଣାର୍କ, ଚାରିଛକ, ତୁଳସୀପୁର,ଅମରେଶ୍ୱର, ଗଡ଼ଅମର ପ୍ରସାଦ, ସାଇଲୋ, ଆମ୍ପୋର, ତମ୍ପାଳୋ ପ୍ରଭୃତି ଅଞ୍ଚଳ ର ବିଭିନ୍ନ ପ୍ରାଥମିକ ,
ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ , ବିଭିନ୍ନ କଲେଜ, ବିଭିନ୍ନ ବୈଷୟିକ ଅନୁଷ୍ଠାନ ମାନଙ୍କ ରେ ଛାତ୍ର ଛାତ୍ରୀ ମାନେ ଭକ୍ତି ଓ ନିଷ୍ଠାର ସହିତ ବିଦ୍ୟାଦାତ୍ରୀ ଦେବୀ ସରସ୍ଵତୀ ଙ୍କୁ ପୂଜା ଆରାଧନା କରିଥିଲେ। ସବୁ ଛାତ୍ର ଛାତ୍ରୀ ମାନେ ନବବସ୍ତ୍ର ପରିଧାନ କରି ଫୁଲ, ଫଳ ଓ ପୂଜା ସାମଗ୍ରୀ ନେଇ ଶିକ୍ଷାନୁଷ୍ଠାନ ମାନଙ୍କ ରେ ପହଞ୍ଚିବା ପରେ ପଣ୍ଡିତ ଓ ପୂଜକ ଙ୍କ ଦ୍ଵାରା ଦେବୀ ସରସ୍ଵତୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ସମସ୍ତେ ଦେବୀ ସରସ୍ଵତୀ ଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।ସରସ୍ଵତୀ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଭକ୍ତିମୟ
ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ