ଛାତ୍ର ବତ୍ସଳ ଶିକ୍ଷକଙ୍କ ଅବସର ଗ୍ରହଣ ସଭା

ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା ) : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଜନପ୍ରିୟ ତଥ୍‌ା ଛାତ୍ର ବତ୍ସଳ ଶିକ୍ଷକ କୁମୁଦ ରଂଜନ ଦାଶଙ୍କ ଅବସର ଗ୍ରହଣ ଅବସରରେ ଏକ ବିଦାୟ କାଳିନ ଏକ ସଭା ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ଶ୍ରୀ ଦାଶଙ୍କ ଜୀବନର ସଂଘର୍ଷ ଓ ସାଧୁତା ଓ ପିଲା ପଣ୍ଡିତ ଭାବରେ ବେଶ ଜଣାଶୁଣା ଶିକ୍ଷକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ସେ ୧୯୮୧ ମସିହାରୁ ଚାକିରି ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ତଥା ଦୀଘଁ ୩୯ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିଥିବା ବେଳେ ସେ ଆଜି ଚାକିରିରୁ ଅବସର ନେଇଛନ୍ତି । ଆୟୋଜିତ ସଭାରେ ସିଏଚ୍ ଭେଙ୍କେଟେଶ୍ୱର ରାଓ , ଜଗନ୍ନାଥ ପଟ୍ଟନାୟକ, ପ୍ରତିମା ରାଏ, ମିନାକ୍ଷୀ ପାଢୀ, ଚିତ୍ରା ରଥ , ମହେନ୍ଦ୍ର କୁମାର ବଡମୁଣ୍ଡି, ଓ ବିଦ୍ୟାଳୟର ଛାତ୍ରମାନେ ପଣ୍ଡିତ ସାରଙ୍କ କୃତିତ୍ୱର ଗାଥା ବର୍ଣ୍ଣନା କରିଥିବା ବେଳେ କାର୍ଯ୍ୟକ୍ରମକୁ ହରିହର ଦାଶ , ବି ବୃନ୍ଦାବନ ରାଓ, ବଳରାମ ସାହୁ, ଦିଲେଶ୍ୱର ରାଓ , ଡି ଏସ୍ ମୁର୍ତ୍ତି , ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ