ଛାତ୍ର ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଓ ସଫେଇ ଅଭିଯାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଚଣ୍ଡିଦେବୀ ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତ ଦଳୀୟ କର୍ମକର୍ତ୍ତାମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦେଇଥିବା ଇନ୍ଦ୍ରଦ୍ୟୁମ୍ନ ମଳିକ, ଶ୍ରୀକାନ୍ତ ମଳିକ, ଅଲେଖ ଚନ୍ଦ୍ର ମଳିକ, ସଞ୍ଜୁଲତା ମଳିକ, ଲତା ମଳିକ, ପଦ୍ମାବତୀ ଜେନା, ସଶ୍ମିତା ମଳିକ, ପବିତ୍ର ଜେନା, ଚିନ୍ମୟୀ ଜେନା ପ୍ରମୁଖ ୧୨୬ଜଣ ଛାତ୍ର ଓ ମହିଳାମାନଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ କରି ବିଧାୟକ ଶ୍ରୀ ବେହେରା ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଦୁପୁର ସରପଞ୍ଚ ରୀନା ମଲ୍ଲିକ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଦୁଷ୍ମନ୍ତ ମଲ୍ଲିକ, ଛାତ୍ର ବିଜେଡି ବ୍ଲକ ସଭାପତି ପ୍ରକାଶ କୁମାର ସାହୁ, ଉପସଭାପତି ଦେବାଶିଷ ସ୍ୱାଇଁ, ସମିତି ସଭ୍ୟ ସନ୍ତୋଷ କୁମାର ମଳିକ, ସୁକାନ୍ତ କୁମାର ସେଠୀ, ଅଭିଷେକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରେ ଛାତ୍ର ବିଜେଡି ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ପରିସରକୁ ସଫେଇ କରାଯାଇଥିଲା ।


