ଛାତ୍ର ଶକ୍ତି ସମାଜ ପରିବର୍ତନର ମୂଳ ଉତ୍ସ
ନାଉଗାଁ,(ଓ୍ବାଇଏନ୍ଏସ୍):ସ୍ୱାଧୀନତାର ୭୫ବର୍ଷ ପୂର୍ତୀ ଅବସରରେ ସାରା ଦେଶରେ ଆଜାଦି କା ଅମୃତ୍୍ ମହୋତ୍ସବ ପାଳିତ ହେଉଛି । ମହାନ ଜନନାୟକ ତଥା ସ୍ୱ।।ଧିନତା ସଂଗ୍ରାମୀ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ଜଗତସିଂହପୁର ନେହେରୁ ଯୁବକେନ୍ଦ୍ର ସଂଗଠନ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୀନବନ୍ଧୁ ନାୟକ ଓ ବିକ୍ରମ କୁମାର ବେହେରାଙ୍କ ଉପସ୍ଥିତରେ ସ୍ୱେଛାସେବୀମାନଙ୍କ ଦ୍ୱାରା ନାଉଗାଁ ବଜାରରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ରର ନାଉଗାଁ ବ୍ଲକ ସଂଯୋଜକ ତପନ କୁମାର ବେହେରାଙ୍କ ନେତୃତ୍ୱରେ ଅଂଚଳର ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ନିଖିଲ୍ କୋକୁଲା, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ତୁଷାର ରଂଜନ ଦାସ, ନାଉଗାଁ ଅଗ୍ନିଶମ କେନ୍ଦ୍ରର ମୋହନ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ସମାଜ ଗୋଟିଏ ସୁସ୍ଥ ସମାଜ ଗଠନ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମାଜସେବୀ ପ୍ରସନ୍ନଜିତ୍ ସାହୁ ସଭା ପରିଚାଳନା କରିଥିଲେ ।