ଛାତ୍ର ସଂସଦର ନିବେଦନ ପତ୍ର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁରସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ପୁର୍ବତନ ଛାତ୍ର ସଂସଦ ଏକତ୍ରିତ ହୋଇ ଅଧ୍ୟକ୍ଷା ଡଃ. ପିଙ୍କି ରାଣୀ ଦେଇଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ମହାବିଦ୍ୟାଳୟରେ ହେଉଥିବା ପରୀକ୍ଷାଗତ ତୃଟି ସଂପର୍କରେ ଜଣାଇଥିଲେ । ସମୟାନୁସାରେ୍ ପରୀକ୍ଷା ନହେବା, ପରୀକ୍ଷା ଫଳ ପ୍ରକାଶ ନପାଇବା ସହ ଓ ପରୀକ୍ଷା ଫଳରେ ବିଭିନ୍ନ ତୃଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡୁଥିବା ଯୋଗୁଁ ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ୍ ଛାତ୍ରଛାତ୍ରୀମାନେ ବଡ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାଇଥିଲେ । ଦାବୀପତ୍ର ପାଇବା ପରେ ଅଧ୍ୟକ୍ଷା ଡଃ. ପିଙ୍କି ରାଣୀ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳପତି ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସଂସଦର ସଭାପତି ଜ୍ଞାନ ରଂଜନ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ଜିତୁ ରାଜ ବେହେରାଙ୍କ ସମେତ ବିଭିନ୍ନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ