ଛାତ ଭୁଶୁଡିବା ଘଟଣା ତଦନ୍ତ ଆରମ୍ଭ କଲା କମିଶନରଟ୍ ପୁଲିସ

ଭୁବନେଶ୍ୱର:- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ନିୟୁ ଆରାଇଭାଲ ଛାତ ଭୁଶୁଡିବା ଘଟଣାରେ ତଦନ୍ତ ଆରମ୍ଭ କରିଛି କମିଶନରଟ୍ ପୁଲିସ । ଏହି ୭ ଜଣିଆ କମିଟି ବିମାନବନ୍ଦରରେ ନିର୍ମାଣ ହେଉଥିବା ଟର୍ମିନାଲର ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଯାଞ୍ଚ କରିବା ସହ ରିପୋର୍ଟ ଆଧାରରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ଠିକାଦାର ଦିଲ୍ଲୀପ ଖଟେଇ ଓ ଜଣେ ଇଞ୍ଜିନିୟରଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଏହି ଦୁର୍ଘଟଣାରେ ବଡମ୍ବା ଅଞ୍ଚଳର ଅନ୍ତର‌୍ୟ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିବାପରେ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି। ପରିବାର ଲୋକ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚି ଏହି ଦାବି କରିଥିବା ଜଣାଯାଇଛି ।ଛାତ ଭୁଶୁଡ଼ି ବଡମ୍ୱା ଅଞ୍ଚଳର ଶ୍ରମିକ ଅନ୍ତର‌୍ୟ୍ୟାମୀ ଗୁରୁଙ୍କର ମୃତ୍ୟୁ ହୋଇଛି । ଭାଙ୍ଗି ଯାଇଥିବା ଛାତ ତଳେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଫସି ରହିବାରୁ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ରକ୍ଷା ପାଇ ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ ଏବଂ ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ