ଛାତ ସେଂଟ୍ରି ଧସି ୨ ରାଜମିସ୍ତ୍ରୀ ଗୁରୁତର

ହିଂଜିଳିିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ରବିବାର ଅପରାହ୍ନରେ ଏକ ଅଘଟଣ ଘଟିଛି । ଛାତ ଢଳେଇ କରୁଥବା ବେଳେ ସେଂଟ୍ରି ଖସିଯିବାରୁ ୨ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ହିଂଜିଳି ଥାନା ଖଣ୍ଡରା ଗ୍ରାମର ନାର୍ସୁ ଗୌଡ଼ (୩୨) ଓ ନାରାୟଣ ଗୌଡ଼ (୩୨) । ଉପସ୍ଥିତ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିିକିତ୍ସା ନିମନ୍ତେ ଦମକଳ ବାହିନୀ ଦମକଳ ବାହିନୀ ଉଦ୍ଧାର କରି ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ନାରାୟଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ହିଂଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରର ଛାତ ଢଳେଇ କରୁଥିବା ବେଳେ ଛାତରେ ବ୍ୟବହାର କରାଯାଇଥିବା ଠେସ ଦବି ଯାଇଥିଲା । ଉପସ୍ଥିତ ୨ ମିସ୍ତ୍ରୀ ଘଟଣା ଦେଖିବା ପାଇଁ ଛାତ ତଳକୁ ଯାଇ ଠେସକୁ ସଜାଡ଼ୁଥିବା ବେଳେ ହଠାତ୍ ଛାତଟି ଧସି ପଡ଼ିଥିଲା । ଫଳରେ ୨ ମିସ୍ତ୍ରୀ ଧସି ପଡ଼ିଥିବା ଛାତର ଭଂଗ୍ନାଶ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ