ଛୁଟି ଘୋଷଣା

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲାରେ ପଂଚାୟତ ନିର୍ବାଚନ ମତଦାନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟଗ୍ରହଣ ଦିନକୁ ସମ୍ପୃକ୍ତ ବ୍ଲକ ଅଂଚଳରେ ସାର୍ବଜନୀକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି । ସେହି ଦିନ ଉକ୍ତ ବ୍ଲକର ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ କାର୍ଯ୍ୟାଳୟଗୁଡିକ ବନ୍ଦ ରହିବ । ରାଜ୍ୟ ନିର୍ବାଚନ କମିଶନ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ପତ୍ର ମୂଳେ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଏହି ଘୋଷଣା କରିଛନ୍ତି । ଏହି କ୍ରମରେ ଫେବୃଆରୀ ୧୬ତାରିଖ ଦିନ ଭୋଗରାଇ ଓ ଜଳେଶ୍ୱର ବ୍ଲକ, ଫେବୃଆରୀ ୧୮ତାରିଖ ଦିନ ବାଲିଆପାଳ ଓ ବସ୍ତା ବ୍ଲକ, ଫେବୃଆରୀ ୨୦ତାରିଖ ଦିନ ସୋର, ସିମୁଳିଆ ଓ ଖଇରା ବ୍ଲକ, ଫେବୃଆରୀ ୨୨ତାରିଖ ଦିନ ଔପଦା, ବାହାନଗା ଓ ନୀଳଗିରି ବ୍ଲକ ଏବଂ ଫେବୃଆରୀ ୨୪ତାରିଖ ଦିନ ରେମୁଣା ଓ ବାଲେଶ୍ୱର ସଦର ବ୍ଲକରେ ଛୁଟି ଘୋଷଣା କରାଯାଇଛି । ଏ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଓ ଉପବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ