ଛୁଟି ଦିନରେ କାର୍ଯ୍ୟ ନକରିବାକୁ ପଞ୍ଚାୟତ ଅଧିକାରୀଙ୍କ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଗତ ମାର୍ଚ୍ଚମାସ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ସରକାରୀ କାର୍ଯ୍ୟରେ ସାମିଲ ହେଉଥିବାବେଳେ ଛୁଟିଦିନ ଗୁଡିକରେ ମଧ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ମାନଙ୍କୁ ସରକାରୀ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । କରୋନା ମହାମାରୀ ସମୟରେ ଛୁଟିଦିନ ଗୁଡିକରେ ଏଭଳି ବାଧ୍ୟବାଧକତା କାର୍ଯ୍ୟ ସେମାନଙ୍କୁ ମାନସିକ ଆଘାତ ଦେଉଥିବା ଆଜି ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ପଞ୍ଚାୟତ ଅଧିକାରୀ ଓ ଜିଆରଏସ ମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ କୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ କର୍ମଚାରୀମାନେ ବିଡିଓଙ୍କ ନିକଟରେ ପହଞ୍ଚି ଛୁଟିଦିନ ଗୁଡିକରେ କାର୍ଯ୍ୟ କରିବେ ନାହିଁ ବୋଲି ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କେବଳ ଜରୁରୀକାଳୀନ ପରିସ୍ଥିତି ଦେଖାଦେଲେ ସେମାନେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିବାବେଳେ ଅନ୍ୟ ସମୟର ଛୁଟିଦିନ ଗୁଡିକରେ ସରକାରୀ କାର୍ଯ୍ୟ କରିବେ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ, ବିକ୍ରମ ସାହୁ, ନରେନ୍ଦ୍ର କୁମାର ରାଉତ, ଅଜିତ ବେହେରା, ନାରାୟଣ ଚନ୍ଦ୍ର ଦାସ, ପ୍ରକାଶ ପଟ୍ଟନାୟକ,ନରେନ୍ଦ୍ର କୁମାର ରାଉତ, ଜିଆରଏସ ବିଶ୍ୱନାଥ ମହାରଣା, ନିଶିକାନ୍ତ ଜେନା, ମନୋଜ ଦାସ, ସନ୍ତୋଷ କୁମାର ରାଉତ, ହିମାନ୍ଦ୍ରୀନନ୍ଦିନୀ ନାୟକ ପ୍ରମୁଖ ସାମିଲ ହୋଇ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ