ଛୁଟୁଛି ସହାୟତାର ହାତ…
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଦୀର୍ଘ ୧୬ ଦିନ ଧରି ଜୀବନ ମରଣ ସହ ସଂଗ୍ରାମ ଜାରୀ ରଖିବା ସହ ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସିତ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶିବ ଶଙ୍କର ଙ୍କୁ ସାହାର୍ଯ୍ୟ ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢିବାରେ ଲାଗିଛି । ଜୁଲାଇ ୧ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏକ ହୋଟେଲରେ କାମ କରୁଥିବା ସମୟରେ ହଠାତ ଗୋଡ ଖସିଯିବାରୁ ତେଲ କଡେଇରେ ପଡି ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ମେଡିକାଲରେ ଦୀର୍ଘ ଦେଢ ମାସ ଚିକିତ୍ସା ହେବା ପରେ ତାଙ୍କୁ ଅଗଷ୍ଟ ୧୦ ତାରିଖରେ କଟକ ମେଡିକାଲ ଠାରୁ ଡିସଚାର୍ଜ ହୋଇଥିଲେ । ଏହା ପରେ ହୋଟେଲ ମାଲିକ ତାଙ୍କ ପରିବାରକୁ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏହା ପରେ ସ୍ତ୍ରୀ ନିଜର ସ୍ୱାମୀକୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲେ । ଏନେଇ ସ୍ୱାମୀ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ପରେ ଲିଖିତ ଆକାରରେ ସ୍ୱାମୀଙ୍କୁ ୩୫ ହଜାର ଟଙ୍କା ଦେଇ ସ୍ୱାମୀଙ୍କୁ ଆଉ ପଚାରିଲେନି । ଏହା ପର ସେ ନିରୁପାୟ ହୋଇ ଚିକିତ୍ସିତ ପାଇଁ ବ୍ରହ୍ମପୁର ସିିଟି ହସପିଟାଲରେ ଭର୍ତ୍ତି ହୋଇଥିଲେ । ପରିବାର ତାଙ୍କୁ ଅଲୋଡା କରିଦେଇଥିବା ବେଳେ ସେ ଦୀର୍ଘ ୧୬ ଦିନ ଧରି ସିଟି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମରଣ ସହ ଅହରହ ସଂଘର୍ଷ କରୁଥିବା ଶିବଶଙ୍କରଙ୍କ ଏଭଳି ଦୁଖଦ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ତାଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହାୟତା ନିମନ୍ତେ ହାତ ବଢାଇଛନ୍ତି । ଗତକାଲି ତାଙ୍କର ସେବା କରିବା ନିମନ୍ତେ କିଛି ମହିଳା ସ୍ୱେଚ୍ଛାସେବୀ ପାଖରେ ରହି ସେବା ସୁତରା କରୁଥିବା ବେଳେ ମଙ୍ଗଳବାର ବ୍ରହ୍ମପୁରର ଆର ଜେ ଫେନ୍ କ୍ଲବ ତରଫରୁ ନଗଦ ୪୫,ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।