ଛୁରି ଦେଖାଇ ଘରୁ ଲୁଟ୍ : ଅଭିଯୁକ୍ତ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର ୭ନଂ ଓାର୍ଡ ର ସହିଦନଗରଠାରେ ଛୁରି ଦେଖାଇ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ କରିଥିବା ଅଭିଯୋଗରେ ଯୋଡା ପୋଲିସ ସୋମବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଯୋଡା ସହିଦନଗରର ଜୟୀ ମୁଣ୍ଡା(୨୧) । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଗତ ଫେବୃୟାରୀ ୧୦ ତାରିଖରେ ସୋମବାର ରାତିରେ ଅଭିଯୁକ୍ତ ଜୟୀ ମୁଣ୍ଡା ସହିଦନଗରରେ ରହୁଥିବା ବାଉରୀବନ୍ଧୁ ସେଠୀଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ତାଙ୍କ ପରିବାର ଲୋକେ ଦେଖି ବିରୋଧ କରିବାରୁ ଜୟୀ ମୁଣ୍ଡା ସେମାନଙ୍କୁ ଛୁରି ଦେଖାଇ ଭୟଭୀତ କରି ଘରୁ ଗୋଟିଏ ଆଇରନ୍ ଓ ଗୋଟିଏ ଫ୍ୟାନ୍ ନେଇ ଚାଲିଯାଇଥିଲା । ବାଉରୀବନ୍ଧୁ ସେଠୀ ଯୋଡା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେଶ୍ ନଂ ୨୮/୨୦୨୦ , ଦଫା ୩୯୨ ରୁଜୁ କରି ତଦନ୍ତ ଚଳାଇଥିଲା । ପୋଲିସ ସୋମବାର ଅଭିଯୁକ୍ତ ଜୟୀ ମୁଣ୍ଡାକୁ ସହିଦନଗରଠାରେ ଥିବା ତାର ନିଜ ଘରୁ ଗିରଫ କରଥିବା ବେଳେ ପୋଲିସ ଜୟୀ ମୁଣ୍ଡାଠାରୁ ଗୋଟିଏ ଆଇରନ୍ ଓ ଗୋଟିଏ ଫ୍ୟାନ୍ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ