ଛୁରୀ ଦେଖାଇ ମୋବାଇଲ ଲୁଟ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ପୁଲିସ ଦୁଇଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ନବରଙ୍ଗପୁର ଥାନା ମାଝୀଗୁଡା ଗାଁର ଦିଲୁ ବାରବାରୀ (୧୮) ଓ ପାପଡାହାଣ୍ଡି ଥାନା ସାନକୁମଲି ଗାଁର ବାବିହରିଜନ (୨୪)। ସେମାନଙ୍କ ଠାରୁ ୫ଟି ମୋବାଇଲ କୁ ପୁଲିସ୍ ଉଦ୍ଧାର କରି କୋର୍ଟ କୁ ଚାଲାଣ କରାଯାଇଛି । ପୁଲିସ୍ ସୂଚନା ଅନୁଯାୟୀ ୨୦୨୪ ଅକ୍ଟୋବର ୧୦ରେ ତେନ୍ତୁଳିଖୁଣ୍ଟିଥାନା ପାତ୍ରପୁଟ ଗାଁର ସହିଷ୍ଣୁ ବିଷୋୟୀ ସନ୍ଧ୍ୟାରେ ଗାଁକୁ ଫେରୁଥିବା ବେଳେ ଦୁଇଜଣ ତାଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ଏକ ମୋବାଇଲ ଲୁଟିନେଇଥିଲେ । ସେଭଳି ଏହି ଦୁଇଜଣଙ୍କ ନାଁରେ ପାପଡାହାଣ୍ଡି ଥାନାରେ ମଧ୍ୟ ୪ଟି ମାମଲା ରହିଥ‌ିବା ତଦନ୍ତକାରୀ ଅଧିକାରୀ ସବୀର ଅହମ୍ମଦ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ