ଛେଣ୍ଡିଆ ପଞ୍ଚାୟତ କାର୍ଯ୍ୟଲୟ ରାସ୍ତା ଅବସ୍ଥା ଶୋଚନୀୟ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ପଞ୍ଚାୟତ ଯିବା ରାସ୍ତାରେ ଧାନ ପଳା ରୋପଣ କଲେ ଗ୍ରାମବାସୀ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଠାରେ lଆଜକୁ ପ୍ରାୟ ଅନେକ ବର୍ଷ ବିତିଗଲା କିନ୍ତୁ ଛେଣ୍ଡିଆ ପଞ୍ଚାୟତ କାର୍ଯ୍ୟଲୟ କୁ ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ l ରାସ୍ତାକୁ ଦେଖିଲେ ପାଣିଜମିକି , କାଦୁଅରେ ଭରପୁର ହୋଇ ଶୋଚନୀୟ ଅବସ୍ଥାରେ ଅଛି l ଅନେକ ଗ୍ରାମର ଲୋକ ପଞ୍ଚାୟତ କୁ ଚାଉଳ,କିରାସିନି,ଗହମ ଆଣିବା ପାଇଁ ଏହି ରାସ୍ତା ଦେଇ ଯାତାୟାତ ପାଇଁ ନିର୍ଭର କରିଥାନ୍ତି l କିନ୍ତୁ ବର୍ତମାନ ବର୍ଷା ଋତୁ ହୋଇଥିବାରୁ ରାସ୍ତା ଖରାପ ହେତୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର କଥା କହିଛନ୍ତି ଗ୍ରାମବାସୀ l ବର୍ଷା ହୋଇ ଥିବାରୁ ରାସ୍ତା ଦେଖିବାକୁ ଚାଷ ଜମି ସଦୃଶ୍ୟ ଫଳରେ ଗ୍ରାମବାସୀ ରାସ୍ତାରେ ଧାନ ପଳା ରୋପଣ କରିଛନ୍ତି l ଏହି ରାସ୍ତା ସମଶ୍ୟ ଉପରେ ପ୍ରଶାସନ କୁ ଜଣାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।


