ଛେଣ୍ଡିପଦା ରେ ବିଜେଡି ପକ୍ଷରୁ ସୁଶାନ୍ତଙ୍କ ରୋଡ ଶୋ
ଅନୁଗୋଳ, :(ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ଜିଲାରେ ୨୦୧୯ ନିର୍ବାଚନ ଉଷ୍ମତା ଧୀରେ ଧୀରେ ବଢିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳୀୟ କର୍ମୀମାନେ ପ୍ରଚାର କାର୍ୟ୍ୟକୁ ଜୋରଦାର କରିଛନ୍ତି। ଛେଣ୍ଡିପଦା ବ୍ଲକ ସଭାପତି ଶ୍ରୀଧର ଗଡନାୟକ ଓ ଅନୁଗୋଳ ଜିଲା ଯୁବ ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୨୭ ପଞ୍ଚାୟତର କର୍ମୀମାନଙ୍କୁ ନେଇ ମେଗା ରୋଡ ଶୋ’ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛି କ୍ଷ ଏଥିରେ ସମ୍ବଲପୁର ବିଜେଡି ଲୋକ ସଭା ପ୍ରାର୍ଥୀ ନଳିନୀ ପ୍ରଧାନ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଓ ୧୦ ହଜାରରୁ ଊଦ୍ଧର୍ବ ଦଳୀୟ ସମର୍ଥକଙ୍କ ସହିତ ପରଙ୍ଗଠାରୁ ବାହାରି କୋଶଳା, ଛେଣ୍ଡିପଦା ସଦରମହକୁମା ଦେଇ ବାଗଡିଆ, ଖମାର ନୂଆଗାଁ ଅଞ୍ଚଳ ପରିକ୍ରମା କରିଥିଲେ । ପ୍ରାର୍ଥୀଦ୍ୱୟ ପରଙ୍ଗଠାରୁ ଆନୁଷ୍ଠାନିକ ଭାବେ ୪ହଜାରରୁ ଊଦ୍ଧର୍ବ ବାଇକ ରୋଡ ଶୋ’ରେ ବିଜେଡି ଶକ୍ତି ପ୍ରଦର୍ଶନ କରିବା ସହିତ କେନ୍ଦ୍ରୀୟ ଅବହେଳାକୁ ଦାୟୀ କରିଛି ଏବଂ ୨୦୧୯ ନିର୍ବାଚନର ଦଳିୟ ଇସ୍ତାହାର ସମ୍ପର୍କରେ ଭେରାଟରଙ୍କୁ ବୁଝାଇ ଭୋଟ ଭିକ୍ଷା କରିଥିଲେ।