ଛେନାପଦିଛକରେ କୃଷିରଥ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କୃଷି ବିଭାଗ ପକ୍ଷରୁ ଆଜି ଛେନାପଦିଛକ ଠାରେ କୃଷିରଥ ପରିକ୍ରମା କରାଯିବା ସହିତ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସହକାରୀ କୃଷି ଅଧିକ୍ାରୀ ଭାମାଞ୍ଜରୀ ମହାନ୍ତ, ଗ୍ରାମ୍ୟ କୃଷିକର୍ମଚାରୀ କେଦାର ନାଥ ଭୋଳ, ଜଗନ୍ନାଥ ପରିଡା, ଉମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ବୁଝାଇବା ସହିତ ସହଜରେ ଅଧିକ ଉତ୍ପାଦନ ଓ କୃଷିରଥ ପରିକ୍ରମାତ୍ତତାତ୍ପର୍ଯ୍ୟ ସମ୍ପର୍କରେ ଉଲେଖ କରିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିନେତାଙ୍କ ଦ୍ୱାରା ଗୀତ ନାଚ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏଥିରେ ଛେନାପଦି, ଶାସଙ୍ଗ, ଶିବନାରାୟଣପୁର, ପନ୍ଦାଡୋ ପ୍ରଭୃତି ଗ୍ରାମର ଚାଷୀମାନେ ଉପସ୍ଥିତ ଥିଲେ ।


