ଛେନାପଦିଛକରେ ବିଜେଡି କର୍ମୀଙ୍କ ବିଧାୟକ ବିରୋଧି ସମାବେଶ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଗାମି ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇ ନଥିବାବେଳେ ଏବେଠାରୁ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଲାଣି । ବିଜେଡିର ଜନସମ୍ପର୍କ ପଦଯାତ୍ରା କଂଗ୍ରେସ ପକ୍ଷରୁ ବିକ୍ଷେଭ ସମାବେଶ କରାଯିବା ସହିତ ବିଜେପି ପକ୍ଷରୁ ମଧ୍ୟ ପ୍ରତି ପଞ୍ଚାୟତରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଚାଲୁରହିଛି । କିନ୍ତୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ ଧିରେ ଧିରେ ପରିପ୍ରକାଶ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଲାଣି । ଆଜି ଛେନାପଦି ଛକରେ ବିଧାୟକଙ୍କ ବିରୁଦ୍ଧରେ ଏକ ବିଜେଡି ସମାବେଶ ଅନୁଷ୍ଠିତ ହୋଇଥିଲା । ପୁର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳଙ୍କ ସଭାପତିତ୍ୱରେ ଓ ପୁର୍ବତନ ବ୍ଲକ ସଭାପତି ବିକ୍ରମ କେଶରୀ ବିଶ୍ୱାଳଙ୍କ ସମ୍ପାଦାନରେ ଅନୁଷ୍ଠିତ ଏହି ସମାବେଶରେ ଦଳର ବହୁ ପୁରୁଖା କର୍ମୀମାନେ ଯୋଗଦେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଥିବା ବିଧାୟକଙ୍କ ଦୁଃର୍ବ୍ୟବହାର କର୍ମୀ ମାନଙ୍କୁ ଅତିଷ୍ଠ କରିପକାଇଲାଣି ବୋଲି ମତବ୍ୟକ୍ତ କରିଥିଲେ । ଏଠି କେବଳ ଠିକାଦାରୀ ଶାସନ ଚାଲିଛି, ଯେଉଁ ଠିକାଦାର ଟଙ୍କା ପଇସା ଦେଲା ସେ ହିଁ ନେତା ହେଲା, ପୁର୍ବତନ ବରିଷ୍ଠ କର୍ମକର୍ତ୍ତା ଓ ଛାମୁଆ ନେତା ମାନଙ୍କୁ ଆଉ କୌଣସି କାର୍ଯ୍ୟରେ ଡକାଗଲା ନାହିଁ । ବିଜେଡି କର୍ମୀମାନେ ଅବହେଳିତ ଅବସ୍ଥାରେ କାଳ କାଟୁଛନ୍ତି । ଏପରିକି କୌଣସି ସାଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଡକାଯାଉ ନଥିବାରୁ ଏପରି ବିଧାୟକଙ୍କୁ ହଟାଯାଇ ନୁତନ ପ୍ରାର୍ଥôଙ୍କୁ ଟିକେଟ ଦେଲେ ସମସ୍ତ କର୍ମୀମାନେ ଏକଯୁଟ ହୋଇ କାମ କରିବେ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି । ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ, ଲୋକନାଥ ନାୟକ, ଅନନ୍ତ ଚରଣ ପହି, ସୁଦର୍ଶନ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବିଧାୟକ ବିରୋଧି ସମାବେଶରେ ସୁଧାଶୁଂ ରାଉତ, ଲକ୍ଷ୍ମୀଧର ପଣ୍ଡା, ଚକ୍ରଧର ପୁହାଣ, ଉପେନ୍ଦ୍ର ସେନାପତି, ପୁର୍ବତନ ସମିତିସଭ୍ୟ ନାରାୟଣ ବେହେରା, ପ୍ରମୋଦ କୁମାର ପଣ୍ଡା, ଉଦ୍ଧବ ଚରଣ ଯେନା, ବିଦ୍ୟାଧର ନାୟକ, ଭାଷ୍କର ସା, ବନ ବିହାରୀ ବେହେରା, ଦେବରଞ୍ଜନ ସାହୁ, ଭୀମସେନ ପେରେଇ, ସୁଦାମ ଚରଣ ମହାପାତ୍ର, ଗଦାଧର ନାୟକ, ଦେବେନ୍ଦ୍ର ଜେନା, ଶରତ ପଦୁରିଆ, ଗୌରାଙ୍ଗ ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ହାଡିବନ୍ଧୁ ଦେହୁରୀ, ଶିବ ସତପଥି, ରବିନ ପାଢ଼ୀ, ରବି ରଣା, ପୁର୍ଣ୍ଣଚନ୍ଦ୍ର ବେହେରା, ପଦ୍ମନାଭ ଧଳ, ସୁଧାକର ମଲ୍ଲିକଙ୍କ ସମେତ ଶହଶହ ବିଜେଡି କର୍ମୀ ସାମିଲ ହୋଇ ବିଧାୟକଙ୍କ ବିରୁଦ୍ଧରେ ନାରାବାଜି ଲଗାଇଥିଲେ । ଆଗାମି ଦିନରେ ଏକ ବୃହତ କର୍ମୀ ସମାବେଶ କରାଯିବାକୁ ନିଷ୍ପତି ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ