ଛେନାପଦିଛକରେ ମଦବିକ୍ରୀକୁ ନେଇ ସଂଘର୍ଷ
ହାଟଡିହିି, (ବିକାଶ ବିଶ୍ୱାଳ):ଛେନାପଦିଛକରେ ଥିବା ସରକାରୀ ବିଦେଶୀ ମଦ ଦୋକାନରେ ଗତକାଲି ରାତିରେ ମଦ କିଣାକୁ ନେଇ ସଂଘର୍ଷ ଘଟିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ଅଞ୍ଚଳର କିଛି ଯୁବକ ମଦପାଇଁ ଏହି କାଉଣ୍ଟରକୁ ଯାଇଥିବାବେଳେ ସେଠାରେ ମଦ ଦରକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଏହା ସଂଘର୍ଷର ରୁପ ନେଇଥିଲା । ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହତ ହୋଇଥିବାବେଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଉଭୟ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।


