ଛେନାପଦିଛକରେ ମା ଲକ୍ଷ୍ମୀଙ୍କ ଭଷାଣୀ ଯାତ୍ରା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଗତ ଶୁବକ୍ରବାର ଠାରୁ ହାଟଡିହି ଅଞ୍ଚଳର ଛେନାପଦି, ହାଟଡିହି, ଅଣା, ମରୈଗାଁ, ଶାଳଣିଆଁ ଙେଘାଷରାପଦା, ଶାସଙ୍ଗ, ଚୋରଗଡିଆ, ଗୋପାଳପୁର ଆଦି ସ୍ଥାନ ମାନଙ୍କରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ୪ଦିନ ଧରି ମାଙ୍କ ପୂଜାର୍ଚ୍ଚନା ପରେ ଗତ ରବିବାର ଓ ସୋମବାର ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜାରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇ ବିଷର୍ଜନ କରାଯିବା ସହ ଭଷାଣୀଯାତ୍ରା ଅନୁଷ୍ଠିତ ହୋଇଛି । ଛେନାପଦି ତାରିଣୀ ବଜାର ପୂଜା କମିଟି ପକ୍ଷରୁ ନିରାଡମ୍ବର ଭାବେ କୋଭିଡ ନିୟମାନୁଯାଇ ଏହି ପୂଜା ଆରମ୍ଭ କରାଯାଇ ଗତକାଲି ଭଷାଣୀ ଉତ୍ସବ ଅନୁଷ୍ଟଠିତ ହୋଇଥିଲା । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଚଳିତବର୍ଷ ବିନା ଶ୍ରଦ୍ଧାଳୁରେ କପଡା ଢ଼ଙ୍କାଯାଇ ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଗତକାଲି ଏହାର ଭଷାଣୀ ଉତ୍ସବରେ ତାପସ ରାୟ, ସୁଧାଶୁଂ ବିଶ୍ୱାଳ, ଦୁର୍ଯ୍ୟୋଧନ ସାହୁ, ହିମାଶୁଂ ନାୟକ, ଯୁବରାଜ ସାମଲ, ଅଜିତ ସ୍ୱାଇଁ, କେଶବ ପ୍ରଧାନ, କାଳନ୍ଦୀ ବରାଳ, ମଧୁସ୍ମୀତା ସ୍ୱାଇଁ, ମମତା ସାହୁ, ସରସ୍ୱତୀ ଆଚାର୍ଯ୍ୟ, ପ୍ରତୀମା ରାୟ, ସୁମିତ୍ରା ପ୍ରଧାନ, ହୀରାମଣୀ ନାୟକ, କିଶୋର ଆଚାର୍ଯ୍ୟ, ସୁଶାନ୍ତ ରାଉତ, ଭାଗ୍ୟଧର ସାମଲ, ଅକ୍ଷୟ ଓଝା, ସୁବାସ ଓଝା, ମଙ୍ଗୁଳି ବିଶ୍ୱାଳ,ପାର୍ଥ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ