ଛେନାପଦି ଛକରେ ଅଟୋ ଓଲଟି ୪ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକରେ ଆଜି ଦିନ ସାଢ଼େ ୯ଟା ବେଳେ ଏକ ଅଟୋ ଓଲଟିପଡିବାରୁ ସେଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ଜଣଙ୍କ ଅଭସ୍ଥା ଗୁରୁତର ତôବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ବନ୍ତ ଅଞ୍ଚଳର କିଛି ବ୍ୟକ୍ତି ଏକ ଶୁଦ୍ଧିକ୍ରୀୟା କାମରେ ଯୋଗଦେବାକୁ ଏକ ଅଟୋ ଯୋଗେ ସଇଲଙ୍ଗ ଯାଉଥିବାବେଳେ ଛେନାପଦିଛକର ହିରୋ ସୋରୁମ ପାଖରେ ଏକ ବାଇକ ସାଇଟ ମାରିଦେବାରୁ ଅଟୋ ଚାଳକ ଜଣକ ଭାରସାମ୍ୟ ରଖିପାରି ନଥିଲେ । ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିଥିଲା । ଅଟୋରେ ଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ହାଟଡିହି ଦମକଳ ସହାଯୋଗରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଳେ । ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ପଠାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ