ଛେନାପଦି ଛକର ସର୍ବ ପୁରାତନ ବ୍ୟବସାୟୀ ବାବାଜି ସାହୁଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦି ଛକର ସର୍ବ ପୁରାତନ ବ୍ୟବସାୟୀ ବାବାଜି ଚରଣ ସାହୁଙ୍କ ଆଜି ୯୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ୬୦ଦଶକରେ ଛେନାପଦି ଛକରେ ମିଠା ଦୋକାନ କରି ବଜାର ପ୍ରତିଷ୍ଠା ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଶାନ୍ତ, ସରଳ ଓ ଆମାୟିକ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ ଦୈତାରି ସାହୁ, ପ୍ରାଣବଲ୍ଲବ ସାହୁ, ପୁଅ ରତ୍ନାକର ସାହୁ, କାର୍ତିକେଶ୍ୱର ସାହୁ, ଚକ୍ରଧର ସାହୁ, ବାବନ ସାହୁ, ପୁତୁରା ରବିନ୍ଦ୍ର ସାହୁ, ନାରାୟଣ ସାହୁ, ଶେଷଦେବ ସାହୁ, ଝିଅ ମଞ୍ଜୁଲତା ସାହୁଙ୍କ ସମେତ ସମସ୍ତ ପରିବାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବରପାଇ ବିଜେପି ନେତା ଆଲୋକ ସେଠୀ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ବାଇଁ, ଛେନାପଦି ବଜାର କମିଟିର କୃଷ୍ଣ ଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ସନ୍ୟାସୀ ସା,ଦେବେନ୍ଦ୍ର ଜେନା, ମହେଶ୍ୱର ସାହୁ, ଶୁଶାନ୍ତ ଓଝା, ରବିନ୍ଦ୍ର ନାୟକ, ଶସଙ୍ଗ ଗ୍ରାମର ଦୁର୍ଯ୍ୟୋଧନ ବିଶ୍ଵାଳ, ଖଗେଶ୍ୱର ବାରିକ୍, ଶାନ୍ତନୁ ରାଉତ, ଶିଶିର କୁମାର ବିଶ୍ବାଳ, ଶଶିକାନ୍ତ ବିଶ୍ଵାଳ, ଦର୍ପଦଳନ ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ଓ ଛେନାପଦି ବଜାର ପରିକ୍ରମା କରିବା ପରେ ନିଜ ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା।