ଛେନାପଦି ଛକ ମା’ବିଶ୍ୱତାରିଣୀ ମନ୍ଦିରରେ ଚଇତିପର୍ବ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲଜ ଛେନାପଦିଛକରେ ଥିବା ମା ବିଶ୍ୱ ତାରିଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଚଇତିପର୍ବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଗତକାଲି ରାତିରେ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ମାଙ୍କ ନିକଟରେ ଶୋଡଷ ଉପଚାରରେ ପ୍ରଦାନ କରାଯିବାପରେ ମଙ୍ଗଳ ଆଳତୀ, ପହିଲିଭୋଗ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ମାଙ୍କ ପାଖରେ ପଣାଲାଗି କରାଯାଇଥିଲା । ଭକ୍ତମାନେ ନିଜ ନିଜର ମାନସିକ ପୁରଣ ପାଇଁ ମାଟିଘୋଡା ସ୍ଥାପନ କରୁଥିଲେ । ମାଙ୍କ ପୂଜକ ଦଳଧର ଦେହୁରୀ, ଚଢ଼େଇ ଦେହୁରୀ, ନାଣ୍ଡୁ ଦେହୁରୀ ପ୍ରମୁଖ ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଥିଲେ । ସେହିପରି ମନ୍ଦିର ପରିସରରେ ବିଶ୍ୱଶାନ୍ତି ଯଜ୍ଞ ପାଇଁ ସକାଳ ୮ ବେଳେ ନିକଟସ୍ଥ ଅଣାଧୁନୀ ମଠ ପୋଖରୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ବଜାର ପରିକ୍ରମା କରାଯିବା ପରେ କଳଶ ଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବାବୁଲା ଆଚାର୍ଯ୍ୟ, ଜଗମୋହନ ମିଶ୍ର, ଦାସରଥି ଦେବତାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହେବାସହ ଘୃତାହୁତୀ ପ୍ରଦାନ କରାଯାଇଥିଲା । ମହେଶ୍ୱର ସା, ସରୋଜ କୁମାର ଚକ୍ର, ସୁଧାକର ଓଝା, ଯୁବରାଜ ସାମଲ, ସନ୍ତୋଷ ରାୟ, ପ୍ରକାଶ ନାୟକ, ଶୁକଦେବ ସ୍ୱାଇଁ, ପ୍ରମୁଖ କର୍ତ୍ତାଭାବେ ସାମିଲ ହୋଇଥିଲେ । ମନ୍ଦିର ପରିଚାଳନା କମିଟି କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଜେନା, ସୁବାସ ଚନ୍ଦ୍ର ଓଝା, ଅମିୟ ନାୟକ, ହିମାଶୁଂ ନାୟକ, ଅଜୟ ନାୟକ, ପାର୍ଥ ରାଉତ, ତ୍ରିଲୋଚନ ସା, ଦେବେନ୍ଦ୍ର ସା, ପ୍ରକାଶ ବେହେରା, ସନ୍ୟାସୀ ସା, ଚକ୍ରଧର ସାହୁ, ବିନୟ ନାୟକ, ଡାନି ସାମଲ, ପଙ୍କଜ ଗୁପ୍ତା, ସତିଶ ଯାଦବ, ଲିପୁ ଦଳେଇ, ଦୁର୍ଯ୍ୟୋଧନ ସାହୁ, ନିରୁପମା ମିଶ୍ର, ସୁବାସ ଓଝା, ରବିନ୍ଦ୍ର ବେହେରା, ହଳଧର ଜେନା, ଗୋବିନ୍ଦ ଚନ୍ଦ୍ର ସାହୁ, ସୁଧିର ବିଶ୍ୱାଳ, ରତ୍ନାକର ସାହୁ, ଶଶିଭୁଷଣ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ମାଙ୍କ ନିକଟରେ ଭଜନ କିର୍ତ୍ତନ କରାଯିବା ସହ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ