ଛେନାପଦି ଛକ ମା’ବିଶ୍ୱତାରିଣୀ ମନ୍ଦିରରେ ଚଇତିପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦିଛକରେ ଥିବା ମା ବିଶ୍ୱ ତାରିଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଚଇତିପର୍ବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଗତକାଲି ରାତିରେ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ମାଙ୍କ ନିକଟରେ ଶୋଡଷ ଉପଚାରରେ ପ୍ରଦାନ କରାଯିବାପରେ ମଙ୍ଗଳ ଆଳତୀ, ପହିଲିଭୋଗ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ମାଙ୍କ ପାଖରେ ପଣାଲାଗି କରାଯାଇଥିଲା । ଭକ୍ତମାନେ ନିଜ ନିଜର ମାନସିକ ପୁରଣ ପାଇଁ ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ନିକଟରେ ମାଟିଘୋଡା ସ୍ଥାପନ କରୁଥିଲେ । ମାଙ୍କ ପୂଜକ ହଳଧର ଦେହୁରୀ, ଚଢ଼େଇ ଦେହୁରୀ, ନାଣ୍ଡୁ ଦେହୁରୀ ପ୍ରମୁଖ ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଥିଲେ । ସେହିପରି ମନ୍ଦିର ପରିସରରେ ବିଶ୍ୱଶାନ୍ତି ଯଜ୍ଞ ପାଇଁ ବାଲିଆ ପୋଖରୀରୁ କଳଶ ଶୋଭାଯାତ୍ରା ଅଣାଯାଇ କଳଶ ଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବାବୁଲା ଆଚାର୍ଯ୍ୟ, ନିନ ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହେବାସହ ଘୃତାହୁତୀ ପ୍ରଦାନ କରାଯାଇଥିଲା । ମହେଶ୍ୱର ସା, ସରୋଜ କୁମାର ଚକ୍ର, ସୁଧାକର ଓଝା, ସଞ୍ଜୟ ପତି, ଶୁକଦେବ ନାୟକ, ଜିଶୁ ସା, ପ୍ରକାଶ ନାୟକ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଜେନା, ଅଜୟ କୁମାର ଲେଙ୍କା, ହିମାଶୁଂ ନାୟକ, ଅମିୟ ନାୟକ, ପଙ୍କଜ ଗୁପ୍ତା, ସୁବାସ ଚନ୍ଦ୍ର ଓଝା, ତ୍ରିଲୋଚନ ସା, ଦେବେନ୍ଦ୍ର ସା, ସନ୍ୟାସୀ ସା, ଚକ୍ରଧର ସାହୁ, ସତିଶ ଯାଦବ, ଲିପୁ ଦଳେଇ, ଦୁର୍ଯେ୍ୟାଧନ ସାହୁ, ବିଜନ ଜେନା, ନିରୁପମା ମିଶ୍ର, ରବିନ୍ଦ୍ର ବେହେରା, ହଳଧର ଜେନା, ସୁଧିର ବିଶ୍ୱାଳ, କାଳନ୍ଦୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ମାଙ୍କ ନିକଟରେ ଭଜନ କିର୍ତ୍ତନ କରାଯିବା ସହ ହଜାର ହଜାର ଭକ୍ତ ମାନଙ୍କୁ ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ଓ ପଣା ବଣ୍ଟନ କରାଯାଇଥିଲା । ୩ଦିନ ବ୍ୟାପି ଚାଲିଥିବା ଏହି ଏହି ଚଇତିପର୍ବକୁ ଛେନାପଦିଛର ସମସ୍ତ ବ୍ୟବାସାୟୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ