ଛେନାପଦି ତାରିଣୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ପଞ୍ଚୁକ ପୁର୍ଣ୍ଣିମା ଉପଲକ୍ଷେ ଆଜି ଛେନାପଦିଛକ ସ୍ଥିତ ମା ବିଶ୍ୱତାରିଣୀ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏଥିପାଇଁ ଆଜି ସକାଳ ୫ଟାବେଳେ ମା’ଙ୍କ ପାଖରେ ପହିଲିଧୁପ, ପହିଲି ଭୋଗ ଲଗାଯିବାପରେ ୫ଟା ୩୦ରେ ମଙ୍ଗଳ ଆଳତୀ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ପାଖରେ ପୂଜାର୍ଚ୍ଚନା କରିବାସହ କମିଟି ତରଫରୁ ବଣ୍ଟନ କରାଯାଉଥିବା ଅନ୍ନପ୍ରସାଦ ସେବନ କରିଥିଲେ । ଏଥିପାଇଁ ମନ୍ଦିର ପରିସରଟି ସମ୍ପୁର୍ଣ୍ଣ ଲୋକରଣ୍ୟ ହୋଇ ଉଠିଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ନରହରି ଜେନା, କୃଷ୍ଣଚନ୍ଦ୍ର ଜେନା, ସମ୍ପାଦକ କିଶୋର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପଞ୍ଚାନନ ବେହେରା, ସୁଧାକର ଓଝା, ମହେଶ୍ୱର ସା, ସନ୍ୟାସୀ ସା, କାର୍ତ୍ତିକେଶ୍ୱର ସାହୁ, ଦୁର୍ଯ୍ୟୋଧନ ସାହୁ, ଅକ୍ଷୟ ଓଝା, ଜୁବୁନୁ ସାମଲ, ରବିନ୍ଦ୍ର କୁମାର ଜେନା, ଅମୀୟ ରଞ୍ଜନ ନାୟକ, ଦେବେନ୍ଦ୍ର କୁମାର ଜେନା, ଚକୁନୁ ସା, ସୁବାସ ଚନ୍ଦ୍ର ଓଝା, ତାପସ ରାୟ, ରବିନ୍ଦ୍ର କୁମାର ବେହେରା, ନିତ୍ୟାନନ୍ଦ ମହାନ୍ତି, ଭଗବାନ ସାହୁ, ମଙ୍ଗୁଳି ବିଶ୍ୱାଳଙ୍କ ସମେତ ମା ବିଶ୍ୱତାରିଣୀ କମିଟିର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।