ଛେନାପଦି- ପଞ୍ଚୁଗୋଛିଆ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ

ହାଟଡ଼ିହି, (ଯୁଗାବ୍ଦ ନୁୂ୍ୟଜ୍) : ଛେନାପଦି-ପଞ୍ଚୁଗୋଛିଆ ରାସ୍ତା ନିର୍ମାଣ ପାଇଁ ଆଜି ବିଧାୟକଙ୍କ ଦ୍ୱାରା ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି । ଛେନାପଦିଛକ ଠାରେ ଆୟୋଜିତ ଏକ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଆର.ଡି. ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ତାପସ ରଞ୍ଜନ ଲେଙ୍କା, କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ନଡିଆଭାଙ୍ଗି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉତ୍ସବରେ ପୁର୍ବତନ ପୈାରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ବିନୟ କୁମାର ନାୟକ, ସଂଗ୍ରାମ କେଶରୀ ଲେଙ୍କା, ବିଷ୍ଣୁ ପ୍ରସାଦ ପଣ୍ଡା, ବୈଦ୍ୟନାଥ ସାମଲ, ସୁଜିତ ସେଠୀ, କୁଳମଣି ରାଉତ, ଚିକୁ ସେନାପତି, ଶିଶିର ବେହେରା, ସୁଧାଶୁଂ ଭୁଷଣ ମଲ୍ଲିକ, ଉମାକାନ୍ତ ଜେନା, ପ୍ୟାରୀ ମୋହନ ମଲ୍ଲିକ, ଗୌରାଙ୍ଗ ରଣା, ପପୁ ମଲ୍ଲିକ, ପ୍ରତାପ ଦେଓ, ବିରେନ୍ଦ୍ର କୁମାର ବିଶ୍ୱାଳ, ତ୍ରିଲୋଚନ ସା, ରଞ୍ଜନ ପହି, ବୁଦ୍ଧଦେବ ଜେନା, ବଳରାମ ସାହୁ, ସନ୍ତୋଷ ନାୟକ, ଆନନ୍ଦ ଚନ୍ଦ୍ର ନାୟକ, ରବିନ ପାଢ଼ୀ ପ୍ରମୁଖଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଛେନାପଦିରୁ ପଞ୍ଚୁଗୋଛିଆ ୬କିଲୋମିଟର ୨୦୦ମିଟର ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଥିବାବେଳେ ଏହି ରାସ୍ତା ଦ୍ୱାରା ସୁଲଣ, ପଞ୍ଚୁଗୋଛିଆ, ନିଳାପୁର, ହୀରାପୁର, ସର୍ବେଶ୍ୱରପୁର, ବଳଭଦ୍ରପୁର, ତରଭା, ଯଶୋବନ୍ତପୁର, ମୁଗୁପୁର, ଆଡହୁରିଆ, ଆବୁଲୁପୁରା, ଜଳସରପୁର ଆଦି ଗ୍ରାମର ଗ୍ରାମବାସୀମାନେ ଉପକୃତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ