ଛେନାପଦି ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦି ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ବିଭାଗ ସଂଯୋଜନାରେ ୧୫ଦିନ ଧରି ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇ ଯାଇଛି। ଅଧ୍ୟକ୍ଷା ଉଷାରଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡ଼ିହି ବ୍ଳକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଶାସଙ୍ଗ ପଞ୍ଚାୟତ ର ସରପଞ୍ଚ ମଧୁମିତା ସ୍ୱାଇଁ, ଯୁକ୍ତ ତିନି କଲେଜ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହା ଛାତ୍ରୀ ମାନଙ୍କ ଲୁକାୟିତ ପ୍ରତିଭାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ହିମାଂଶୁ ମିଶ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପୂର୍ବତନ ଅଧ୍ୟାପକ ନଦିୟା ମୋହନ ପଟ୍ଟନାୟକ ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିଲେ। ଖେଳ ଶିକ୍ଷୟତ୍ରୀ ସୁରଭି ଦାଶ, ଦତ୍ତାତ୍ରୟ ସାମଲ, ସୁହାସିନୀ ପଟ୍ଟନାୟକ, ସ୍ୱର୍ଣ୍ଣଲତା ପଣ୍ଡା, ସୁମିତ୍ରା ବେହେରା, ଦୀପ୍ତିମୟୀ ଜେନା ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।