ଛେନାପଦି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି ସ୍ୱାସ୍ଥ୍ୟଉପକେନ୍ଦ୍ର ପକ୍ଷରୁ ସୁଲଣ ସୁବର୍ଣ୍ଣେଶ୍ୱର ହାଇସ୍କୁଲରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରିଣୀ ଶିଳ୍ପାସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ବିଶ୍ୱକେଶନ ଦାସ, ମହିଳା ସ୍ୱାସ୍ଥ୍ୟକର୍ମୀ ଶଶ୍ୱତୀ ପ୍ରୀୟଦର୍ଶନୀ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୁଦନ ଜେନାପ୍ରମୁଖ ଯୋଗେଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇବା ସହିତ ସ୍ୱଚ୍ଛ ରହିଲେ ସୁସ୍ଥ ରହିବା ବୋଲି କହିଥିଲେ । ତେଣୁ ସମସ୍ତ ଛାତ୍ରଛାତ୍ରୀମାନେ ନିଜ ନିଜର ଘର, ଗାଁ ଓ ବିଦ୍ୟାଳୟକୁ ସ୍ୱଚ୍ଛ ରଖିବାକୁ ସପଥ ନେଇଥିଲେ । ଏହି ଅବସରରେ ଛାତ୍ରଚାତ୍ରୀମାନେ ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହିତ ସ୍କୁଲ ସମ୍ମୁଖ ରାସ୍ତା ଓ ନିକଟସ୍ଥ ମନ୍ଦିର ପରିସରକୁ ସଫେଇ କରିଥିଲେ ।


