ଛେନାପଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର

ହାଟଡିହି, (ବିକାଶ ବିଶ୍ୱାଳ):ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଛେନାପଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ‘ଆୟୁଷ୍ମାନ ଆରୋଗ୍ୟ ଶିବିର’ ଉଦଘାଟିତ ହୋଇଛି । ସି.ଏଚ.ଓ ଶିଳ୍ପା ସ୍ୱାଇଁଙ୍କ ସଂପୋଜନାରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ଦିଲ୍ଲିପ କୁମାର ମଲ୍ଲିକ ଯୋଗ ଦେଇ ୧୮୦ ଜଣଙ୍କୁ ଆୟୁଷ ସେବା ଯୋଗାଇ ଦେଇଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଯେନା , ପୁରୁଷ ସ୍ଵାସ୍ଥ୍ୟକର୍ମୀ ବିଶ୍ଵ କେଶନ ଦାସ ଓ ସମସ୍ତ ଆଶା ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ