ଛେନା ଓ ପନିର ଦରର ପୁନଃ ନିର୍ଦ୍ଧାରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓମ୍‌ଫେଡ କ୍ଷୀରର ଦର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ଦୁଗ୍‌ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଦସ୍ୟମାନଙ୍କ ଉପରେ ଗଭୀର ଚାପ ସୃଷ୍ଟି କରିଛି । କ୍ଷୀରର ଏପରି ଅହେତୁକ ବୃଦ୍ଧି ଫଳରେ ସେମାନଙ୍କୁ କ୍ଷୀର ଲିଟର ପ୍ରତି ୪ ଟଙ୍କା ଅଧିକ ଦର ଦେଇ ସଂଗ୍ରହ କରିବା ଫଳରେ ଛେନା କେଜି ପ୍ରତି ୨୦ ଟଙ୍କା ଏବଂ ପନିର କେଜି ପ୍ରତି ୩୦ ଟଙ୍କା ଅଧିକ ଭାର ବହନ କରିବାକୁ ବାଧ୍ୟବାଧ୍ୟକତା ଉପୁଜିଲା । ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ଛେନା ଓ ପନିର କେଜି ପ୍ରତି ନିମ୍ନମତେ ଧାର୍ଯ୍ୟ କରାଗଲା ।ପୁନଃ ନିର୍ଦ୍ଧାରିତ ଦର କ୍ରମେ ଛେନାର କେଜି ପ୍ରତି ୧୮୦ ଟଙ୍କାରୁ ୨୦୦ ଟଙ୍କା ଏବଂ ପନିର କେଜି ପ୍ରତି ୨୨୦ ଟଙ୍କାରୁ ୨୫୦ ଟଙ୍କାକୁ ବୃଦ୍ଧି କରାଗଲା । ଉପରୋକ୍ତ ଦର ଆସନ୍ତା ମଇ ମାସ ୧ ତାରିଖ (୦୧.୦୫.୨୦୨୩) ଠାରୁ ଲାଗୁ କରାଯିବାକୁ ସ୍ଥିର କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ