ଛେପ୍ରାବେଡା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସି
ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚଯାୟତ ଛେପ୍ରାବେଡା ଅଙ୍ଗନବାଡି ରୋଷାୟା ଅନିୟମିତତାକୁ ନେଇ ଅଙ୍ଗନବାଡି କେନ୍ଦ୍ର କୁ ତାଲା ପକାଇ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିଛନ୍ତି ଗ୍ରାମ ବାସି। ଗ୍ରାମ ବାସି ହେମଲତା ନାଏକ, ପ୍ରଭାସିନୀ ଠାକୁର ,ଜପି ନାଏକ, ଯଶୋଦା ଠାକୁର ,ମେହଲତା ଦେହୁରୀ ,ଯମୁନା ରାୟ ,କୋଶଲ୍ୟା ରଣା ,ଲିପ୍ସା କିଷାନ , ତପସ୍ୱିନୀ ଠାକୁର , ଅଞ୍ଜଳି ରାୟ ,ମିନା ପାତ୍ର ଯମୁନା ରାୟ ଲଳିତା ପାତ୍ର ସହିତ ଅନ୍ୟ ଗ୍ରାମବାସୀ ଉପସ୍ଥିତ ରେ ଅଙ୍ଗନବାଡି କେନ୍ଦ୍ର କୁ ତାଲା ପକାଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାଇ ଗତ ୧୩ ତାରିକ ଡ଼ିମିରିମୁଣ୍ଡା ପଞ୍ଚଯାୟତ ଛେପ୍ରାବେଡା ଗ୍ରାମ ଅଙ୍ଗନବାଡି ରୋଷେୟା ଚୟନରେ ଅନିୟମିତତାର ସମାଧାନ ନ ହେଲେ ୧୩ ତାରିଖ ରୁ ଏହି କେନ୍ଦ୍ର ରେ ତାଲା ପକାଯିବ ବୋଲି ଗ୍ରାମର କିଛି ମହିଳା କୁଚିଣ୍ଡା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ ଯାହାର ଅପେକ୍ଷାରେ ମହିଳା ମାନେ ୧୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷାରେ ରହିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସମାଧାନ ନ ହେବା ରୁ ୧୮ ତାରିଖ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇଥିଲେ। ପୂର୍ବରୁ ଗ୍ରାମବାସୀ ଅଭିଯୋଗ ଆଣି ଅଙ୍ଗନବାଡି ଶମ୍ବୁଖରେ ଧାରଣା ଦେଇଥିଲେ l ଅଭିଯୋଗ ଅନୁସାରେ ଗ୍ରାମର ଅଙ୍ଗନବାଡି ରୋଷେୟା ପାଇଁ ଗ୍ରାମର ୬ ଜଣ ଆବେଦନ କରିଥିବାବେଳେ ଗ୍ରାମର ମହିଳା ମାନଙ୍କୁ ଚୟନ କରାନଯାଇ ଅନ୍ୟ ଗ୍ରାମର ଜଣେ ଯୁବତୀଙ୍କୁ ଚୟନ କରାଯାଇଥିଲା। ଅନ୍ୟ ପକ୍ଷରୁ ପ୍ରଶାସନ ପକ୍ଷରୁ ଜମନକିରା ସିଡିପିଓ ୧୨ତାରିଖ ରେ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ ଓ ଶେଷରେ ଅଙ୍ଗନବାଡି ରେ ତାଲା ପକାଇ ଛନ୍ତି ହେଲେ ବର୍ତମାନ ଦେଖିବାକୁ ରହିଲା ପ୍ରଶାସନ ଘଟଣା କୁ ସମାଧାନ ପାଇଁ କଣ ପଦକ୍ଷେଫ ନେଉଛନ୍ତି। ଏ ସମ୍ପର୍କ ରେ ଜମନକିରା ସିଡିପିଓ ଙ୍କୁ ଯୋଗାଯୋଗ କରି ପଚାରିବାରୁ ପଦକ୍ଷେଫ ନେବା ଶକ୍ତି ଆମ ପାଖରେ ନାହିଁ ଏ ସମ୍ବନ୍ଧରେ ମୁଁ ଗ୍ରାମ ବାସୀଙ୍କୁ ବାରମ୍ବାର ବୁଝାଇବା ପାଇଁ ଚେଷ୍ଟା କରିଛି କିନ୍ତୁ ସେମାନେ ନିଜ ଜିଦ ରେ ଅଟଳ ସେମାନେ ନିଜ ମନ ପସନ୍ଦ ଆବେଦନ କାରୀଙ୍କୁ ନିୟୋଜିତ କରିବା ପାଇଁ ଚାହୁଁ ଛନ୍ତି ଓ ଉପ ଜିଲ୍ଲା ପାଳ ଙ୍କୁ ଜଣାଇଛି ସେ ହିଁ ଏହାର ସମାଧାନ କରିପାରିବେ ବୋଲି କହିଛନ୍ତି।