ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ: ପୋଲିସ ଥାନାକୁ ଅପରାଧି ବନ୍ଧା ହାଇ ଆସିବା ସାଧାରଣ ଘଟଣା । ତେବେ ମଧ୍ୟପ୍ରଦେଶ ମୁରେନା ସହରର ୱାଟର ୱାକର୍ସ କଲୋନୀରେ ବାସ କରୁଥିବା ଦୀପକ ବାଲ୍ମିକୀଙ୍କ ଛେଳିକୁ ପୋଲିସ ବାବୁ ଥାନାକୁ ବାନ୍ଧି ନେଇଛନ୍ତି । ବିଚରା ଛେଳି ପଘାରୁ ଫିଟି ସ୍ଥାନୀୟ ପୋଲିସ ଥାନା ନିକଟରେ ଥିବା ଭିଆଇପି ବଙ୍ଗଳାରେ ପଶି ଗଛପତ୍ର ଖାଇଥିଲା । ବଙ୍ଗଳାରେ ବାସ କରୁଥିବା ଜିଲା କୋର୍ଟ ବିଚାରପତି ମହମ୍ମଦ୍ ଅନିଫ୍ ଖାଁ ଏନେଇ ଥାନାକୁ ଫୋନ୍ କରିଥିଲେ । ଖବର ପାଇ ପୋଲିସ ବାବୁ ଘଟଣାସ୍ଥଳରେ ପହଞ୍ଚି ଛେଳିକୁ ବାନ୍ଧି ନେଇ ଥାନାରେ ରଖିଥିଲେ । ଛେଳି ଗୋଟିଏ ରାତି ଥାନାରେ ବନ୍ଧା ହାଇ ରହିବା ପରେ ସକାଳେ ମାଲିକ ଦୀପକ ଆସି ଛେଳିକୁ ଘରକୁ ଆଣିଥିଲେ । ଏନେଇ ଟିଆଇ ଶିବସିଂ ଯାଦବ ସୂଚନା ଦେଇଛନ୍ତି ଯେ, ଛେଳି ବୁଲୁଥିବା ଖବର ପାଇ ପୋଲିସ କର୍ମଚାରୀ ଏହାକୁ ଥାନାରେ ଆଣି ବାନ୍ଧିଥିଲେ । ପରେ ମାଲିକ ଆସିବାରୁ ତାଙ୍କୁ ଛେଳି ଫେରାଇ ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ