ଛେଳିଗଡ ଜଳସେଚନ ପ୍ରକଳ୍ପର ଅଗ୍ରଗତୀ ନିମନ୍ତେ ବାଚସ୍ପତିଙ୍କ ସମୀକ୍ଷା ବୈଠକ

(ଯୁଗାବ୍ଦ ନ୍ୟୁଜ), ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଜନତାଙ୍କୁ କ୍ଷତିପୂରଣ ପ୍ରଦାନ, ପୁନର୍ବାସ ଓ ଥଇଥାନ ଏବଂ ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷଭାବେ ପ୍ରକଳ୍ପ ପାଇଁ ବିସ୍ଥାପିତ ଲୋକମାନଙ୍କ ସୁବିଧା ଲାଗି ପୁନର୍ବାସ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ପରି ଭିତ୍ତିଭୂମିର ବିକାଶ ସହ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ନାମରେ ଘରଡିହ ପଟ୍ଟା ପ୍ରଦାନ ଓ ଜମି ହସ୍ତାନ୍ତରଣ କରିବାକୁ ସଂପୃକ୍ତ ତହସିଲଦାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ସ୍ଥାନୀୟ ଅଞ୍ଚଳର ପ୍ରକଳ୍ପ ନେଇ ଆର୍‌ପିଡିଏସି ବୈଠକ ଡାକିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ପାରିପାର୍ଶ୍ୱିକ ଉନ୍ନତିକରଣ, ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ, ପ୍ରକଳ୍ପ ଅଞ୍ଚଳରେ ଜମି ଲିଜ୍‌/ହସ୍ତାନ୍ତରଣ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ