ଛେଳି ଓ ମଇଁଷି ପସି ପରିବା ଫସଲ ନଷ୍ଟ କରୁଥିବାରୁ ଚାଷୀ ପୁଲିସର ଅଶ୍ରୟ ନେଲେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମର ଚାଷୀ ମାନଙ୍କ ଲଗାଇଥିବା ପନିପରିବା ଫସଲ ଗୁଡିକୁ ପୋଡାପଦର ଗ୍ରାମ ର କିଛି ଲୋକ ଛେଳି ଓ ମଇଁଷି ମାନଙ୍କୁ ଭର୍ତ୍ତି କରି ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ କରି ଗ୍ରାମର ଶତାଧିକ ଚାଷୀ ମାନେ ସୋମାବର ଛତ୍ରପୁର ପୁଲିସ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଥାନାରେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡାଙ୍କ ଉପସ୍ଥିତିରେ ସେକେଣ୍ଡ ଅଫିସ ସତ୍ୟଜିତ୍ ବେଣିଆଙ୍କୁ ଭେଟି ସେମାନଙ୍କ ଗୁହାରୀ ଜଣାଇଛନ୍ତି । ସେମାନେ କହିବା ଅନୁସାରେ ଆମ୍ଭେ ବର୍ଷା ଦିନିଆ ପରିବା ଚାଷ ପ୍ରତି ବର୍ଷ ଆମମାନଙ୍କର ଜମିରେ ଚାଷ କରିଥାଉ । ଚଳିତ ବର୍ଷ ଚାଷ ଆରମ୍ଭରୁ ବର୍ଷା ଅଭାବ ଯୋଗୁଁ ମୁଣ୍ଡରେ ପାଣିଭାର ବୋହି କଖାରୁ, ଝଟା, ଅଲାଡି , କାକୁଡି , ଜହ୍ନି ଓ ଅନ୍ୟାନ୍ୟ ପରିବା ଲଗାଇଥିଲୁ । ଯା ପୂର୍ବରୁ ପ୍ରବଳ ବର୍ଷାରେ ଆମ୍ଭ କ୍ଷତିଗ୍ରସ୍ଥ ହୋଇସାରିଛୁ । ବର୍ତ୍ତମାନ ବଜାର ପରିବାର ଦର ବିଷୟରେ ସମସ୍ତେ ଜାଣନ୍ତି । ବର୍ତ୍ତମାନ ଆମ ଜମିରୁ କିଛି ଆଦାୟ କରି କ୍ଷତି ଭରଣା କରିବା ସମୟରେ ଆମ ଗ୍ରାମ ନିକଟସ୍ଥ ପୋଡାପଦର ଗ୍ରାମର କିଛି ଲୋକମାନେ ଛେଳି ମଇଁଷି ଭର୍ତ୍ତି କରି ଫସଲ ନଷ୍ଟ କରିବା ଆରମ୍ଭ କରିସାରିଲେଣି । ଏହାକୁ ଯଦି ଆମ ଗ୍ରାମର ସ୍ତ୍ରୀ ଲୋକ ପ୍ରତିରୋଧ କରନ୍ତି, ତାହାହେଲେ ସେମାନେ ବିଭିନ୍ନ ପ୍ରକାର ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଚାଲିଛନ୍ତି । ପୁରୁଷ ଲୋକେ ପ୍ରତିରୋଧ କରିଲେ ମଧ୍ୟ ସେମାନଙ୍କୁ ଠେଙ୍ଗା ରେ ମାରିବା ପାଇଁ ପଛାନ୍ତି ନାହିଁ । ଏନେଇ ଗତବର୍ଷ କିଛି ଗ୍ରାମବାସୀ ଆକ୍ରମଣର ଶୀକାର ହୋଇଛନ୍ତି । ଚଳିତ ବର୍ଷ ଏହାକିପରୀ ପୂନର୍ବାର ନହେବ ସେଥି ନିମନ୍ତେ ଗ୍ରାମର ଚାଷୀ ମାନେ ପୁଲିସର ସାହାର ନେବା ନିମନ୍ତେ ଆସିଛୁ ବୋଲି ହୁମର ଗ୍ରାମର ଚାଷୀ ମାନେ କହିଥିଲେ । ଏଥି ସହ ଆମ ଗ୍ରାମର ଶ୍ମଶାନ ଓ ରାସ୍ତା ପାଶ୍ୱର୍ରେ ଥିବା ଲିମ୍ବ ଗଛ ଗୁଡିକୁ କାଟି ନଷ୍ଟ କରି ଚାଲିଛନ୍ତି , ଧାନ ବିଲ ଓ ମୁଗ, ବିରି ଫସଲ ମଧ୍ୟ ନଷ୍ଟ କରିବା ପାଇଁ ପଛାନ୍ତି ନାହିଁ । ତେଣୁ ଏହାର ସମାଧାନ ବ୍ୟବସ୍ଥା କାଡିବା ନିମନ୍ତେ ହୁମର ଗ୍ରାମର ଚାଷୀ ମାନେ ସେକେଣ୍ଡ ଅଫିସ ଶ୍ରୀ ବେଣିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


