ଛେଳି ଛୁଆ କୁ ଅଜଗର ଗିଳି ଦେଇଥିବା ନେଇ ଚର୍ଚ୍ଚା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ମଦରଙ୍ଗ ନିକଟସ୍ଥ ପରାଳ ପଦ୍ମ ପୋଖରୀ ନିକଟରେ ଚରୁଥିବା ଏକ ୭ମାସ ର ଛେଳି ଛୁଆ କୁ ଅଜଗର ସାପ ଗିଳିଦେଇଥିବା ନେଇ ସାଧାରଣ ରେ ଖୁବ ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଚଢ଼େଇ ଗାଁ ର ଜଣେ ବ୍ୟକ୍ତି ତାଙ୍କ ଛେଳି ସବୁକୁ ପଦ୍ମ ପୋଖରୀ ନିକଟରେ ଚରାଉଥିଲେ। ହଠାତ ପୋଖରୀ ନିକଟରେ ଥିବା ଏକ ପାଣି ଜୋର ରୁ ଏକ ଅଜଗର ସାପ ବାହାରି ଆସି ଚରୁଥିବା ଛେଳି ଙ୍କ ମଧ୍ୟରୁ ୭ମାସ ର ଏକ ଛେଳି ଛୁଆ କୁ ଗିଳି ଦେଇଥିଲା। ସେହି ବ୍ୟକ୍ତି ଜଣକ ଚିତ୍କାର କରିବାରୁ ସାପ ଟି ପାଣି ଜୋରକୁ ପଳାଇଥିଲା। ଭୟରେ ସେ ଛେଳି ସବୁକୁ ଆଣି ଘରକୁ ଫେରି ଆସିଥିଲେ। କିଛି ଲୋକ ଏହି ଘଟଣା କୁ ଗୁଜବ ବୋଲି କହୁଥିବା ବେଳେ ଏହି ଘଟଣା ଏବେ ସମଗ୍ର ଗୋପ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଗତ ବନ୍ୟା ସମୟରେ କୁଶଭଦ୍ରା ନଦୀ ରେ ଉକ୍ତ ଅଜଗର ସାପ ଟି ଭାସି ଆସି ଏଠାରେ ପାଣି ଜୋର ରେ ରହୁଥିବା ପ୍ରଚାର ହେଉଥିବାରୁ ନିକଟସ୍ଥ ମଦରଙ୍ଗ, ପରାଳ, କୁଆଁପଡ଼ା, ସୂଜାନଗର, ଚଢ଼େଇଗାଁ ପ୍ରଭୁତି ଗ୍ରାମ ର ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏ ଦିଗରେ ତଦନ୍ତ କରି ପଦ୍ମ ପୋଖରୀ ନିକଟରେ ଥିବା ଜୋର ରେ ଅଜଗର ସାପ ଥିବା କଥା ସତ କି ଗୁଜବ ସ୍ପଷ୍ଟ କରିବାକୁ ସାଧାରଣ ରେ ଦାବି ହେଉଛି। ସୂଚନା ଯୋଗ୍ୟ କି, ଗତ ୨ବର୍ଷ ପୂର୍ବେ ଏହି ଅଞ୍ଚଳ ର ନେତପୁର ନିକଟସ୍ଥ କୁଶଭଦ୍ରା ନଦୀ ରେ ମତ୍ସ୍ୟଜୀବି ମାନେ ମାଛ ଧରୁଥିବା ବେଳେ ସେମାନଙ୍କ ଜାଲ ରେ ଏକ ଅଜଗର ସାପ ପଡ଼ିଥିଲା। କୋଣାର୍କ ବନ ବିଭାଗ କର୍ମଚାରୀ ମାନେ ଆସି ସେହି ସାପ କୁ ନେଇଯାଇଥିଲେ।