ଛୋଟବେଳେ ଏହି କାରଣରୁ ନିଜ ବାପାଙ୍କ ଫିଲ୍ମ ଦେଖୁ ନଥିଲେ ସୋନମ

ମୁମ୍ବାଇ :ସେପ୍ଟେମ୍ବର ୨୦ରେ ରିଲିଜ୍ ହେବାକୁ ଯାଉଛି ଅଭିନେତ୍ରୀ ସାନମ କପୁରଙ୍କ ଅଭିନୀତ ଫିଲ୍ମ “ଦ ଜୋୟା ଫ୍ୟାକ୍ଟର’ ? ଏହି ଫିଲ୍ମରେ ସୋନମ କପୁର ସାଉଥ୍ ସୁପରଷ୍ଟାର ଦୁଲକର ସଲମାନଙ୍କ ସହ ନଜର ଆସୁଛନ୍ତି । ତେବେ ଫିଲ୍ମର ରିଲିଜ୍ ଡେଟ୍ ପାଖେଇ ଆସୁଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସୋନମ ଓ ସଲମାନ । ଫିଲ୍ମର ପ୍ରମୋସନ ପାଇଁ ଦୁହେଁ “ଦ କପିଲ ଶର୍ମା’ ସୋ’ରେ ପହଞ୍ଚିଥିବା ବେଳେ ସୋନମ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି । ଛୋଟବେଳେ ସେ ବାପା ଅନୀଲ କପୁରଙ୍କ ଫିଲ୍ମ ଦେଖୁ ନଥିଲେ ବୋଲି କହିଥିଲେ । ଏହାର କାରଣ ଜଣାଇ, ମୁଁ ଛାଟ ଥିବା ବେଳେ ବାପା ମାତେ କେବେ ହେଲେ ବି ଫିଲ୍ମର ସୁଟିଂ ସେଟକୁ ନେଇ ଯାଉ ନଥିଲେ । କାରଣ ମୁଁ ଫିଲ୍ମର ସୁଟିଂ ବିଷୟରେ କିଛି ଜାଣି ନଥିଲି । ସୁଟିଂ ସମୟରେ ବାପାଙ୍କୁ ମାଡ଼ ମରାଯାଉଥିବା ବେଳେ ମୁଁ କାନ୍ଦିବା ଆରମ୍ଭ କରି ଦେଉଥିଲି । ଯାହା ପାଇଁ ମୋତେ ବାପା ନେଉ ନଥିଲେ । ଏମିତି କି ମୁଁ ତାଙ୍କ ଫିଲ୍ମ ମଧ୍ୟ ଦେଖୁ ନଥିଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ