ଛୋଟ ପରଦାରେ ଡେବ୍ୟୁ କରିବେ ବାହୁବଳୀର କଟପ୍ପା

୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ “ବାହୁବଳୀ’ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଫିଲ୍ମରେ ବାହୁବଳୀ ଚରିତ୍ର ପରେ ଅନ୍ୟ ଲୋକପ୍ରିୟ ଚରିତ୍ର ଯଦି କୁହାଯାଏ ତେବେ ତାହା ହେଉଛି କଟପ୍ପାର । ଫିଲ୍ମରେ କଟପ୍ପା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ପ୍ରକୃତ ନାମ ରଙ୍ଗରାଜ ସୁବୟା । ମାତ୍ର ସେ ସତ୍ୟରାଜ ନାମରେ ଲୋକଙ୍କ ନିକଟରେ ବେଶ୍ ପରିଚିତ । ତାମିଲ ଫିଲ୍ମରେ ନିଜର ଯାଦୁ ଦେଖାଇ ସାରିଥିବା କଟପ୍ପାଙ୍କୁ ଏବେ ହିନ୍ଦୀ ପୌରାଣୀକ ଧାରାବାହିକରେ ଦେଖିବାକୁ ମିଳିବ । ଛୋଟ ପରଦାରେ ପ୍ରସାରିତ ଧାରାବାହିକ “ଜଗତ୍ ଜନନୀ ମା’ ବୈଷ୍ଣାଦେବୀ-କାହାନୀ ମାତା ରାନୀ କୀ’ ମାଧ୍ୟମରେ କଟପ୍ପା (ସତ୍ୟରାଜ) ଛାଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ଚରିତ୍ର ଅତିଥି କଳାକାର ସେନାପତିର ରହିଛି । ନିଜ ଚରିତ୍ର ଏବଂ ହିନ୍ଦୀ ଡାଏଲଗ୍ ପାଇଁ କଟପ୍ପା ବହୁତ ଏକ୍ସସାଇଟେଡ୍ । ଛାଟ ପରଦାରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ବିଶ୍ୱାସ କରୁଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ